ରାଜସ୍ଥାନରେ ହାରିଲା କଂଗ୍ରେସ, ଜିତିଲେ ସଚିନ ପାଇଲଟ
ରାଜସ୍ଥାନରେ ଫେଲ ମାରିଲା କଂଗ୍ରେସ, ବଡ଼ ବ୍ୟବଧାନରେ ଜିତିଲେ ସଚିନ ପାଇଲଟ। ଶାସନରେ ଥିବା କଂଗ୍ରେସ ନିଜ ଗଡ଼ରେ ଖରାପ ପ୍ରଦର୍ଶନ କରିଛି । ଅଶୋକ ଗେହଲଟ, ସଚିନ ପାଇଲଟଙ୍କ କଳି ପାଇଁ କଂଗ୍ରେସ ହାରିଥିବା ଚର୍ଚ୍ଚା ହେଉଛି । କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟ ଟଙ୍କ ବିଧାନସଭା ଆସନରୁ ତାଙ୍କର ନିକଟସ୍ଥ ପ୍ରତିଦ୍ୱନ୍ଦ୍ୱିଙ୍କୁ ୨୯ ହାଜର ୨୩୭ ଭୋଟରେ ପରାସ୍ତ କରିଛନ୍ତି। ଏହି ଆସନରେ ଭାଜପା ପ୍ରାର୍ଥୀ ଅଜିତ ସିଂହ ମେହଟ୍ଟାଙ୍କ ସହିତ ସଚିନ ପାଇଲଟଙ୍କର କଡା ଟକ୍କର ଦେଖିବାକୁ ମିଳିଥିଲା। ଟଙ୍କ ହେଉଛି ରାଜ୍ୟର ଅନ୍ୟତମ ଚର୍ଚ୍ଚିତ ବିଧାନସଭା କ୍ଷେତ୍ର। ଯାହା ସମସ୍ତଙ୍କ ନଜରର ମତଦାନ ସମୟରୁ ରହିଥିଲା। ରାଜସ୍ଥାନରେ ବିଜେପି ସରକାର ଗଠନ ପାଇଁ ବିଜେପି ମ୍ୟାଜିକ ନମ୍ବର ଅତିକ୍ରମ କରିବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି “ରାଜସ୍ଥାନର ଲୋକମାନେ ଦେଇଥିବା ଜନାଦେଶକୁ ଆମେ ନମ୍ରତାର ସହ ଗ୍ରହଣ କରୁଛୁ। ଏହା ସମସ୍ତଙ୍କ ପାଇଁ ଏକ ଅପ୍ରତ୍ୟାଶିତ ଫଳାଫଳ। ଗେହଲଟ କହିଛନ୍ତି ଆମେ ଆମର ଯୋଜନା, ନିୟମ ଏବଂ ନବସୃଜନକୁ ଜନସାଧାରଣଙ୍କ ନିକଟକୁ ନେବାରେ ଆମେ ସମ୍ପୂର୍ଣ୍ଣ ସଫଳ ହୋଇ ନାହୁଁ। ଏବଂ ସେ ନୂତନ ସରକାରଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।”