ରହସ୍ୟ ଖୋଜୁଛି ରୋଭର !

ଚନ୍ଦ୍ରପୃଷ୍ଠର ଟିକନିକ ତଥ୍ୟ ଖୋଜିବ ପ୍ରଜ୍ଞାନ

ସଭିଙ୍କ ନଜର ଥିଲା କେତେବେଳେ ଚନ୍ଦ୍ରପୃଷ୍ଠରେ ପାଦ ଦେବ ଚନ୍ଦ୍ରଯାନ। ଆଉ ସେ ଇଚ୍ଛା ସଭିଙ୍କ ସାକାର କରିଛି ବିକ୍ରମ ଲ୍ୟାଣ୍ଡର । ସଫ୍ଟ ଲ୍ୟାଣ୍ଡିଂ ପରେ ଖେଳ ଆରମ୍ଭ କରିଛି ପ୍ରଜ୍ଞାନ ରୋଭର । ଚନ୍ଦ୍ରରେ ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂ ପରେ ଲ୍ୟାଣ୍ଡର ବିକ୍ରମରୁ ବାହାରକୁ ବାହାରିଲା ରୋଭର ପ୍ରଜ୍ଞାନ । ଏଥିସହ ସୁରକ୍ଷିତ ଭାବେ ବାହାରେ ବିତରଣ କରୁଛି । ଚନ୍ଦ୍ରର ନୂଆ ନୂଆ ଫଟୋ ପଠାଇବା ଆରମ୍ଭ କରିଛି ପ୍ରଜ୍ଞାନ । ତେବେ ଏହି ପ୍ରଜ୍ଞାନ ରୋଭର ପାଖରେ ରହିଛି ୧୪ଦିନର ସମୟ । ଏହି ୧୪ଦିନ ମଧ୍ୟରେ ଟିକନିକ ତଥ୍ୟ ଖୋଜି ଭାରତକୁ ପଠାଇବା ।

ତେବେ ଏକ ବିଶେଷ ମୂହୁର୍ତ୍ତ ଥିଲା କି ଯେତେବେଳେ ପ୍ରଜ୍ଞାନ ରୋଭର ପ୍ରଥମେ ଚନ୍ଦ୍ରପୃଷ୍ଠରେ ପାଦ ଦେଇ ଗଡିବାକୁ ଆରମ୍ଭ କଲା ଜହ୍ନରେ ଛାପିଲା ଇସ୍ରୋ ଏବଂ ଭାରତର ଜାତୀୟ ଚିହ୍ନକୁ । ଗତକାଲି ନିର୍ଦ୍ଧାରିତ ସନ୍ଧ୍ୟା ୬ଟା ୪ରେ ଚନ୍ଦ୍ରଯାନ କରିଥିଲା ସଫ୍ଟଲ୍ୟାଣ୍ଡିଂ । ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ କରିବାରେ ବି ଭାରତ ହୋଇଛି ବିଶ୍ବରେ ପ୍ରଥମ । ମିଶନ ମୁନର ସଫଳତା ପରେ ସାରା ଦେଶରୁ ଇସ୍ରୋ ଲାଗି ଛୁଟିଛି ଶୁଭେଚ୍ଛାର ସୁଅ । ସେପଟେ ପ୍ରଜ୍ଞାନ ରୋଭର ମଧ୍ୟ ପୁରା ଖେଳ ଆରମ୍ଭ କରି ସରିଲାଣି । ଅପେକ୍ଷା କେଉଁ କେଉଁ ରହସ୍ୟ ଭେଦ କରୁଛି ପ୍ରଜ୍ଞାନ ।