ପ୍ରଥମ ଥର ପାଇଁ ତେଲେଙ୍ଗାନାର ଶାସନ ଗାଦିରେ ବସିଲା କଂଗ୍ରେସ

ଆଜିଠୁ ତେଲେଙ୍ଗାନାରେ ରେବନ୍ତ ରାଜ

ଆଜିଠୁ ତେଲେଙ୍ଗାନାରେ ଆରମ୍ଭ ହେଲା ରେବନ୍ତ ରାଜ । ପ୍ରଥମ ଥର ପାଇଁ ତେଲେଙ୍ଗାନାର ଶାସନ ଗାଡ଼ିରେ ବସିଛି କଂଗ୍ରେସ । ରେଭନ୍ଥ ରେଡ୍ଡୀ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ହାଇଦ୍ରାବାଦର ଏଲବି ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ତାମିଲାଇସାଇ ସୁନ୍ଦରରାଜ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରାଇଛନ୍ତି।ମାଲ୍ଲୁ ବିକ୍ରମାର୍କ ରେଡ୍ଡୀ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହା ସହ ଆଉ ୧୧ ମନ୍ତ୍ରୀ ବି ନେଇଛନ୍ତି ଶପଥ । ରାଜ୍ୟପାଳ ତାମିଲସାଇ ସୌନ୍ଦରାଜନ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କୁ ପଦ ଗୋପନୀୟତାର ଶପଥପାଠ କରାଇଥିଲେ । ଡି. ରାଜା ନରସିହ୍ମା, ଉତ୍ତମ କୁମାର ରେଡୀ, କେ. ଭେଙ୍କଟରେଡୀ, ଶୀତାକା, ପି. ପ୍ରଭାକର, ଶ୍ରୀଧର ବାବୁ, ତୁମଲା ନାଗେଶ୍ବର ରାଓ, କୋଣ୍ଡା ସୁରେଖା, ଜୁପାଲି ଓ କ୍ରିଷ୍ଣକ ପଙ୍ଗୁଲେଟି ବି ନେଇଛନ୍ତି ଶପଥ । ସମାରୋହରେ ସାମିଲ ହୋଇଥିଲେ କଂଗ୍ରେସ ସଂସଦୀୟ ଦଳ ଅଧ୍ଯକ୍ଷା ସୋନିଆ ଗାନ୍ଧୀ, ଏଆଇସିସି ସଭାପତି ମଲ୍କିକାର୍ଜୁନ ଖଡଗେ, ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ, ସାଂସଦ ରାହୁଲ ଗାନ୍ଧୀ, କଂଗ୍ରେସ ନେତା ଭେନୁଗୋପାଳ । ଏହା ସହ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ବି ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ । ୧୧୯ ବିଧାନସଭା ଆସନରୁ କଂଗ୍ରେସ ୬୪ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଆରଏସ ୩୯ଟି ଆସନରେ ବିଜୟୀ ହୋଇଛି ।

୨୦୧୭ରେ ତେଲୁଗୁ ଦେଶମ ପାର୍ଟି ଛାଡି ରେଡ୍ଡୀ କଂଗ୍ରେସରେ ଯୋଗ ଦେଇଥିଲେ। ୨୦୨୧ରେ ରାଜ୍ୟ କଂଗ୍ରେସର ସେ ସଭାପତି ହୋଇଥିଲେ। ୧୭ବର୍ଷର ରାଜନୈତିକ କ୍ୟାରିୟରରେ ସେ ଜିଲା ପରିଷଦର ସଦସ୍ୟ, ବିଧାୟକ, ଏମପି ହେବା ପରେ ଗୁରବାର ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ରେଡ୍ଡୀଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଥିବାବେଳେ ତାଙ୍କ ସ୍ତ୍ରୀଙ୍କ ସମ୍ପତ୍ତି ତାଙ୍କ ଠାରୁ କମ ଥିବା ଜଣାପଡିଛି।