କଥା ଦେଇ କଥା ରଖିଲେ ରେବନ୍ତ ରେଡ୍ଡୀ

ମୁଖ୍ୟମନ୍ତ୍ରୀ ହେଉ ହେଉ ଜିତିଗଲେ ଜନତାଙ୍କ ହୃଦୟ

ମୁଖ୍ୟମନ୍ତ୍ରୀ ହେବ ତ ଏମିତି । ମୁଖ୍ୟମନ୍ତ୍ରୀ ହେଉ ହେଉ ଜିତିଗଲେ ଜନତାଙ୍କ ହୃଦୟ । ଭାଙ୍ଗିଲେ ବାସଭବନ ଆଗରେ ଥିବା ଆଇରନ ଗେଟ । ନାୟକ ଫିଲ୍ମ ଷ୍ଟାଇଲରେ ନିଷ୍ପତି ନେଉଛନ୍ତି ମୁଖ୍ୟମନ୍ତ୍ରୀ ।ମୁଖ୍ୟମନ୍ତ୍ରୀ ଓ ଜନତାଙ୍କ ମଧ୍ୟରେ କମିଲା ଦୂରତା । କଥା ଯେମିତି କାମ ସେମିତି । ନିର୍ବାଚନ ସମୟରେ ଯେଉଁ କଥା କହୁଥିଲେ, ସେଇଆ କରିଛନ୍ତି ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ । ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ଥିବା ଲୁହା ବ୍ୟାରିକେଡ୍କୁ ଭାଙ୍ଗି ଦେଇଛନ୍ତି କଂଗ୍ରେସ କର୍ମୀ । ଏହି ଲୁହା ବ୍ୟାରିକେଡ୍ ଭାଙ୍ଗିବା ପାଇଁ ରେବନ୍ତ ରେଡ୍ଡୀ ନିର୍ବାଚନ ସମୟରେ କହୁଥିଲେ । ଏହି ବ୍ୟାରିକେଡ ଜନତା ଓ ସରକାର ଭିତରେ ବାଡ଼ ଭଳି ଠିଆ ହୋଇଛି, ଏହା ହଟିବା ଦରକାର ବୋଲି କହୁଥିଲେ । ମୁଖ୍ୟମନ୍ତ୍ରୀଙ୍କ ଭବନକୁ ଲୋକଙ୍କ ପାଇଁ ଖୋଲି ଦିଆଯିବ ବୋଲି ରେବନ୍ତ ରେଡ୍ଡୀ କରୁଥିଲେ । ଗୁରୁବାର କଂଗ୍ରେସର ଅନେକ ସମର୍ଥକ ଆସି, ଲୁହା ବ୍ୟାରିକେଡ୍କୁ ଲୁହା କଟରରେ କାଟିଦେଇଥିଲେ । ପୋଲିସ ଉପସ୍ଥିତିରେ ଲୁହା ବ୍ୟାରିକେଡକୁ ହଟାଯାଇଛି । ସରକାରକୁ ଆସିଲେ ପ୍ରଥମେ ଏହି ବ୍ୟାରିକେଡ୍ ହଟାଇବି ବୋଲି କହିଥିଲେ ରେବନ୍ତ ରେଡ୍ଡୀ । ପ୍ରଗତୀ ଭବନ ଭାବେ ପରିଚିତ ଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ଏକ ଲୁହା ବ୍ୟାରିକେଡ୍ ଲାଗିଥିଲା । ଯେଉଁ ବ୍ୟାରିକ୍ୟାଡ୍କୁ ଲଗାଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ।