ମନେ ପଡନ୍ତି ମହାନାୟକ

ଆଜି ମହାନ ଜନନାୟକ ବାଜପେୟୀଙ୍କ ପୂଣ୍ୟତିଥି

ସତ୍ତା କି ଖେଲ ତୋ ଚଲେଗା…ସରକାର ଆଏଗୀ ଅର ସରକାର ଯାଏଗୀ… ପାର୍ଟିୟାଁ ବନେଗୀ ପାର୍ଟିୟାଁ ବିଗଡେଙ୍ଗି ମଗର ୟେ ଦେଶ ରେହେନା ଚାହିହେ ୟେ ଦେଶ କି ଲୋକତନ୍ତ୍ର ଅମର ରେହେନା ଚାହିଏ। ମନେ ପଡୁଛି ଏହି ଉକ୍ତି । ଏହି ପଦଟିଏ କଥାରେ ଦେଶପ୍ରୀତିର ରକ୍ତ ସଂଚାର କରୁଥିବା ଅମର ବ୍ୟକ୍ତିତ୍ବ ହେଉଛନ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ। ଜଣେ ସୁଦକ୍ଷ ରାଜନୀତିଜ୍ଞ, ସ୍ପଷ୍ଟବାଦୀ ଭାରତ ମା’ ପାଇଁ ବଳିଦାନ ଦେଇଥିବା କିଛି ଯୋଗ୍ୟ ସନ୍ତାନଙ୍କ ମଧ୍ୟରୁ ଅନ୍ୟଜଣେ ଯୋଦ୍ଧା । ଗମନାଗମନ କ୍ଷେତ୍ରେର ଯାହାଙ୍କ ଇଙ୍ଗିତରେ ହୋଇଥିଲା ଯୁଗାନ୍ତାକରୀ ପରିବର୍ତ୍ତନ।

୧୯୨୪ ମସିହା ଡିସେମ୍ବର ୨୫ରେ ମଧ୍ୟପ୍ରଦେଶ ଗ୍ବାଲିଅରରେ ଜନ୍ମ ଗ୍ରହଣ କରିଥିଲେ ଅଟଳ ବିହାରୀ ବାଜପେୟୀ। ନାମ ଯେମିତି ଅଟଳ ଚିନ୍ତାଧାରାରେ ମଧ୍ୟ ସେପରି ଅଟଳ ଥିଲେ ବାଜପେୟୀ । ଓଡ଼ିଶା ସହ ମଧ୍ୟ ତାଙ୍କର ସମ୍ପର୍କ ଅତ୍ୟନ୍ତ ନିବିଡ଼ ଥିଲା । ୧୯୯୯ ମହାବାତ୍ୟା ସମୟରେ ଓଡ଼ିଶା ସହ କାନ୍ଧ ମିଶାଇ ଛିଡ଼ା ହେବା ହେଉ କି ଭୁବନେଶ୍ବରରେ ଏମ୍ସ ପ୍ରତିଷ୍ଠା । ଓଡ଼ିଶା ପ୍ରତି ବାଜପେୟୀଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଥିଲା ।

ତେବେ ସେହି ମହାପୁରୁଷ ଜୀବନ ସହ ସଂଗ୍ରାମ କରି ୨୦୧୮ ଅଗଷ୍ଟ ୧୬ ଆଜିର ଦିନରେ ଇହଧାମ ତ୍ୟାଗ କଲେ। ସେହି ମହାନ ଜନନାୟକଙ୍କ ପୂଣ୍ୟତିଥି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ବାଜପେୟୀଙ୍କ ସମାଧୀ ସ୍ଥଳରେ ପହଞ୍ଚିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ତେବେ ସେହି ମହାପୁରୁଷଙ୍କୁ ହୃଦୟରୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ଯଯାତି ଏକ୍ସପ୍ରେସର ପୁରା ପରିବାର ।