ଫେବ୍ରୁଆରୀ ୨୯ ପରଠୁ PAYTM ଟଙ୍କା ନେଣଦେଣ ବନ୍ଦ !
PAYTM ଉପରେ RBIର ବଡ଼ କଟକଣା । ଫେବ୍ରୁଆରୀ ୨୯ ପରଠୁ ପେଟିଏମ୍ରେ ନେଣଦେଣ ହୋଇପାରିବନି। ତେବେ ପେଟିଏମ୍ରେ ଥିବା ଟଙ୍କା ସରିବା ଯାଏଁ ବ୍ୟବହାର ହୋଇପାରିବ ବୋଲି ସ୍ପଷ୍ଟ କରିଛି । ଆଉ ପେଟିଏମ୍ରେ ନୂଆ ଗ୍ରାହକ ଯୋଡ଼ି ହୋଇ ପାରିବେନି । ୨୦୨୨ ମସିହାରେ, RBI ଏହାର ଆଇଟି ସିଷ୍ଟମର ବିସ୍ତୃତ ସିଷ୍ଟମ ଅଡିଟ୍ କରିବା ପାଇଁ ଇନକମ ଟ୍ୟାକ୍ସ ଅଡିଟ୍ ଫାର୍ମ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲା । ତେବେ ସେହି ଅନୁସାରେ ଆରବିଆଇ ଏହି ପଦକ୍ଷେପ ନେଇଥିବା ସୂଚନା ମିଳିଛି ।
ଜାଣି ନିଅନ୍ତୁ କ’ଣ ରହିଛି ନିୟମ…
୧. ଫେବୃଆରୀ 29 ପରେ କୌଣସି ଗ୍ରାହକ ଆକାଉଣ୍ଟ, ପ୍ରିପେଡ୍ ଉପକରଣ, ୱାଲେଟ୍, FASTags କିମ୍ବା ନ୍ୟାସନାଲ କମନ୍ ମୋବିଲିଟି କାର୍ଡରେ ଆଉ ଟଙ୍କା ଜମା କରିପାରିବେ ନାହିଁ । ତାହା ସହ କ୍ରେଡିଟ୍ କାରବାରର ଅନୁମତି ମଧ୍ୟ ଦିଆଯିବ ନାହିଁ ।
୨. ଗ୍ରାହକମାନେ ଆକାଉଣ୍ଟରେ ଥିବା ଟଙ୍କା ଉଠାଇପାରିବେ । ହେଲେ କୌଣସି ଜମା କରିବାର ଅନୁମତି ମିଳିବନାହିଁ ।
୩. ପେଟିଏମ୍ରୁ ଅନ୍ୟ କୌଣସି ବ୍ୟାଙ୍କକୁ ଟଙ୍କା ନେଣଦେଣ ହୋଇପାରିବ ନାହିଁ । ଫେବୃଆରୀ ୨୯ ପରେ ଏହି ସୁବିଧା ପାଇପାରିବେନାହିଁ ଗ୍ରାହକ । କେବଳ UPI ସୁବିଧା ବ୍ୟବହାର କରିପାରିବେ ।
୪. One97 କମ୍ୟୁନିକେସନ୍ ଲିମିଟେଡ୍, ପେଟିଏମର ପ୍ୟାରେଣ୍ଟ୍ କମ୍ପାନୀ ଏବଂ ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ନୋଡାଲ୍ ଆକାଉଣ୍ଟ ଗୁଡିକ ଆରବିଆଇ ଦ୍ୱାରା ବନ୍ଦ କରାଯାଇଛି ।
୫.ବ୍ୟାଙ୍କିଙ୍ଗ୍ ରେଗୁଲେସନ୍ ଆକ୍ଟ ଅନୁଯାୟୀ RBI କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପେଟିଏମ୍ ପେମେଣ୍ଟ ବ୍ୟାଙ୍କଠୁ ଦୂରେଇ ରହିବାକୁ RBI ସୂଚନା ଦେଇଛି ।