ମହାରାଷ୍ଟ୍ର ସରକାରଙ୍କ ନୂଆ ପ୍ରୟାସ ଉଦ୍ୟୋଗ ରତ୍ନ ପୁରସ୍କାର

ରତନ ଟାଟାଙ୍କୁ ମିଳିଲା ଉଦ୍ୟୋଗ ରତ୍ନ ପୁରସ୍କାର

ରତନ ଟାଟାଙ୍କୁ ମିଳିଲା ଉଦ୍ୟୋଗ ରତ୍ନ ପୁରସ୍କାର । ମହାରାଷ୍ଟ୍ର ସରକାର ଦେଶର ଜଣାଶୁଣା ଉଦ୍ୟୋଗପତି ରତନ ଟାଟାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ଏବଂ ଅଜିତ ପାୱାର, ରତନ ଟାଟାଙ୍କ ଘରକୁ ଯାଇ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି । ମହାରାଷ୍ଟ୍ର ଉଦ୍ୟୋଗିକ ବିକାଶ ନିଗମ ତରଫରୁ ରତନ ଟାଟାଙ୍କୁ ଏକ ଚାଦର ସହ ପ୍ରଂଶସା ପତ୍ର ଏବଂ ସ୍ମୃତି ଚିହ୍ନ ପ୍ରଦାନ କରାଯାଇଛି । ମହାରାଷ୍ଟ୍ର ସରକାରଙ୍କ ତରଫରୁ ପ୍ରଥମ ଥର ପାଇଁ ଏହି ପୁରସ୍କାର ଆରମ୍ଭ କରାଯାଇଥିବା ବେଳେ ପ୍ରଥମ ବର୍ଷରେ ରତନ ଟାଟାଙ୍କୁ ଏହି ସମ୍ମାନ ଦିଆଯାଇଛି । ଏଥିପାଇଁ ଆସନ୍ତାକାଲି ଔପଚାରିକ ଭାବେ ପୁରସ୍କାର ସମାରୋହ ପାଳନ ହେବାକୁ ଥିବାବେଳେ, ଏହାର ଗୋଟିଏ ଦିନ ପୂର୍ବରୁ ରତନ ଟାଟାଙ୍କ ଘରକୁ ଯାଇ ତାଙ୍କୁ ଏହି ପୁରସ୍କାର ଦେଇଛନ୍ତି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏବଂ ଉପ-ମୁଖ୍ୟମନ୍ତ୍ରୀ ।