କେରଳରେ ବିଜେପି ନେତାଙ୍କ ହତ୍ୟା ମାମଲା, କେରଳ କୋର୍ଟଙ୍କ ବଡ଼ ରାୟ

ବିଜେପି ନେତାଙ୍କ ହତ୍ୟା ମାମଲା, ୧୫ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ

କେରଳରେ ବିଜେପି ନେତାଙ୍କ ହତ୍ୟା ମାମଲା । କେରଳ କୋର୍ଟଙ୍କ ବଡ଼ ରାୟ । ୧୫ଜଣ ପିଏଫଆଇ ସଦସ୍ୟଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଓ ସେସନ୍ସ କୋର୍ଟ । ବିଜେପି ନେତା ରଣଜିତ ଶ୍ରୀନିବାସଙ୍କ ଗଳାକାଟି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ୨୦୨୧ ଡିସେମ୍ବର ୧୯ରେ ଶ୍ରୀନିବାସଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାକୁ ନେଇ ପୁରା ଦେଶରେ ଚର୍ଚ୍ଚା ହୋଇଥିଲା । କେରଳ ରାଜନୀତି ମଧ୍ୟ ସରଗରମ ହୋଇଛି । ଏହି ମାମଲାରେ ନାଇସମ, ଅଜମଲ, ଅନୁପ, ମହମ୍ମଦ ଅସଲମ, ଅବଦୁଲ କଲାମ ଓରଫ ସାଲେମ, ଜାଫରୁଦ୍ଦିନ, ମନଶାଦ, ଜସିବା ରାଜା, ନୱାସ, ସମୀର, ନାଜିର, ଜାକିର ହୁସେନ, ଶାଜି ପୁନାନ୍ଥୁଙ୍ଗଲ ଓ ଶେରନସ ଅଶରଫ ରହିଛନ୍ତି। ସେମାନେ ସମସ୍ତେ ଏବେ ନିଷିଦ୍ଧ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ ଏବଂ ସୋସିଆଲ୍ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ ସହ ଜଡ଼ିତ ଥିଲେ