କମ୍ ବର୍ଷିଲା, ବେଶି ଗର୍ଜିଲା

ଫେରିଗଲା ମୌସୁମୀ, ପୁଣି ଆରବର୍ଷକୁ ଅପେକ୍ଷା

ସେପ୍ଟେମ୍ବର ସରିଲା । ଆଉ ତା ସହ ପୁରା ଦେଶରୁ ବିଦାୟ ନେଲା ମୌସୁମୀ । ସାମାନ୍ୟ ବର୍ଷା, ପ୍ରବଳ ଆଦ୍ରତା ଏବଂ ଅଧିକ ହାରାହାରି ତାପମାତ୍ରା ସହ ଆସିଥିବା ମୌସୁମୀ ଭାରତରୁ ବିଦାୟ ନେଇଛି । ହେଲେ ଚଳିତ ଥର ମୌସୁମୀ ବର୍ଷା ଯେତିକି ହୋଇଛି ତାହା ଗତ ୬ବର୍ଷ ମଧ୍ୟରେ ସର୍ବନିମ୍ନ ବୃଷ୍ଟିପାତ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଚନ୍ଦ୍ରଶେଖର ଆଜାଦ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପାଣିପାଗ ରିପୋର୍ଟ ଅନୁସାରେ ଗତ ୪ମାସ ମଧ୍ୟରେ ସମୁଦାୟ ବୃଷ୍ଟିପାତ ୭୨୮.୭ ମିଲିମିଟର ଥିଲା, ଯାହା କି ଗତବର୍ଷ ତୁଳନାରେ ୨୯୬.୯ ମିଲିମିଟର କମ୍ । କମ୍ ବର୍ଷାର କାରଣ ଏଲ୍ ନିନୋର ପ୍ରଭାବ ବୋଲି କୁହାଯାଉଛି । ଚଳିତ ମୌସୁମୀରେ ସାମାନ୍ୟ ଏକ ନୂଆ ଧାରା ଦେଖିବାକୁ ମିଳିଥିଲା । ଅର୍ଥାତ ଗୋଟିଏ ସ୍ଥାନରେ ବର୍ଷା ହେଉଥିବା ବେଳେ ତାର ସାମାନ୍ୟ ଦୂରରେ ଖରା ହେଉଥିଲା । ଏହା ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଦେଖିବାକୁ ମିଳିଥିଲା । ମୌସୁମୀ କାରଣରୁ ଯେତିକି ବର୍ଷା ହେବା କଥା ତା ନ ହେବାରୁ ତାପମାତ୍ରା ମଧ୍ୟ ବୃଦ୍ଧି ପାଇଥିଲା । ଫଳରେ ଗତବର୍ଷ ତୁଳନାରେ ସମାନ ସମୟରେ ହାରାହାରି ତାପମାତ୍ରା ଅଧିକ ରହିଥିଲା ।