ନାଗପୁରକୁ ବୁଡାଇଲା ବର୍ଷା !

ଲଗାଣ ବର୍ଷାରେ ଉବୁଟୁବୁ ମହରାଷ୍ଟ୍ରର ନାଗପୁର !

ଲଗାଣ ବର୍ଷାରେ ବେହାଲ ହୋଇପଡିଛି ନାଗପୁର । ମହାରାଷ୍ଟ୍ର ନାଗପୁରରେ ଦେଖିବାକୁ ମିଳିଛି ପ୍ରବଳ ବର୍ଷା । ଲଗାଣ ବର୍ଷାରେ ଏବେ ଉବୁଟୁବୁ ହେଉଛି ପୁରା ସହର । ଏମିତିକି ଲୋକେ ଘରୁ ବାହାରକୁ ବାହାରିବା ବି ବଡ କଷ୍ଟ ହୋଇ ପଡିଛି । ରାସ୍ତା ଉପରେ ପାଣି ଚାଲିବା ଯୋଗୁଁ ଟ୍ରାଫିକ ସମସ୍ଯା ମଧ୍ୟ ଏଖିବାକୁ ମିଳିଛି । ରାସ୍ତା ପାର ହେବା ପାଇଁ ଦଉଡି ସାଜିଛି ଭରସା । ଦଉଡି ଧରି ଧାଡି ହୋଇ ଲୋକେ ରାସ୍ତା ପାର ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ନଦୀ କୂଳିଆ ଲୋକେ ବର୍ଷା ଯୋଗୁଁ ଅଧିକ ପ୍ରଭାବିତ ହୋଇଛନ୍ତି । ଲୋକଙ୍କ ଘରେ ପାଣି ପଶିଯିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।

ପାଣିପାଗ ବିଭାଗର ସୂଚନା ଅନୁସାରେ ନାଗପୁର ବିମାନ ବନ୍ଦର ଅଞ୍ଚଳରେ ସକାଳ ୫ଟା ୩୦ ସୁଦ୍ଧା ୧୦୬ ଦଶମିକ ୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସହରର ବିଭିନ୍ନ ସ୍ଥାନରେ ସକାଳୁ ବର୍ଷା ହେଉଛି । ପ୍ରବଳ ବର୍ଷା ଯୋଗୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି । ରାସ୍ତାରେ ବସ୍ ଚଳାଚଳ କରିପାରୁନାହିଁ । ଅଗ୍ନିଶମ ବାହିନୀ ଓ ଏସଡିଆରଏଫକୁ ଆଲର୍ଟରେ ରଖାଯାଇଛି । ତେବେ ପ୍ରବଳ ବର୍ଷା ଯୋଗୁଁ ନାଗପୁରର ସ୍ଥିତି ପୁରା ଗମ୍ଭୀର ହୋଇ ପଡିଛି । ଏମିତି ବର୍ଷା ଲାଗିରହିଲେ ଜନଜୀବନ ବେସ ପ୍ରଭାବିତ ହେବା ନେଇ ମଧ୍ୟ ଆଶଙ୍କା କରାଯାଉଛି ।