ସଂସଦ ପଦ ଫେରିପାଇଲେ ରାହୁଲ

ପୁଣି ସଂସଦରେ ଗର୍ଜିବେ ରାହୁଲ

ପୁଣି ସଂସଦରେ ଗର୍ଲୋଜିବେ ରାହୁଲ ଗାନ୍ଧୀ । ଲୋକସଭା ସାଂସଦ ପଦ ଫେରିପାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଲୋକସଭା ସଚିବାଳୟ ପକ୍ଷରୁ ଏନେଇ ଜାରି କରାଯାଇଛି ବିଜ୍ଞପ୍ତି। ୨୦୧୯ ‘ମୋଦି ସରନେମ୍’ ମାନହାନୀ ମାମଲାରେ ସୁରଟର ଏକ କୋର୍ଟ ରାହୁଲଙ୍କୁ ଦେଇଥିବା ୨ ବର୍ଷର ଜେଲ ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ଗତ ଶୁକ୍ରବାର ରୋକ ଲଗାଇବା ପରେ ଆଜି ଲୋକସଭା ସଚିବାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। 

ଏହି ଖବର ଆସିବା ପରେ ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟ ଉତ୍ସବମୁଖର ହୋଇପଡ଼ିଛି। ସୋନିଆ ଗାନ୍ଧିଙ୍କ ବାସଭବନ ସମ୍ମୁଖରେ ମଧ୍ୟ ଦଳୀୟ ନେତା ଓ କର୍ମୀଙ୍କ ଭିଡ଼ ଜମିଛି। ଲୋକସଭା ସଚିବାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିକୁ କଂଗ୍ରେସ ଟ୍ୱିଟ୍ କରି ଏହା ଘୃଣା ଉପରେ ପ୍ରେମର ବିଜୟ ବୋଲି ଲେଖିଛି। ବରିଷ୍ଠ କଂଗ୍ରେସ ସାଂସଦ ଶଶୀ ଥରୁର କହିଛନ୍ତି ଯେ ଏହା ଉଭୟ ନ୍ୟାୟ ଓ ଗଣତନ୍ତ୍ରର ବିଜୟ। ରାହୁଲ ଗାନ୍ଧି ଏବେ ଲୋକସଭାକୁ ଆସିପାରିବେ ଓ ତାଙ୍କ ନିର୍ବାଚନ ମଣ୍ଡଳୀ ତଥା ଦେଶବାସୀଙ୍କ ସେବା କରିପାରିବେ ବୋଲି ସେ କହିଛନ୍ତି।