ସଂସଦରେ ମଣିପୁର ପ୍ରସଙ୍ଗ ଉଠାଇ ଗର୍ଜିଲେ ରାହୁଲ

“ହିଂସା ରୋକିବାରେ ସରକାର ବିଫଳ, ସେନା ଚାହିଁଲେ ସମାଧାନ ନିଶ୍ଚୟ”

ସଂସଦରେ ଗର୍ଜିଲେ ରାହୁଲ ଗାନ୍ଧୀ । ଅନାସ୍ଥା ପ୍ରସ୍ତାବ ନେଇ ଚାଲିଥିବା ବିତର୍କରେ ଭାଗ ନେଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ତେବେ ମୋଦୀ ସରନେମ ମାମଲାରେ ସୁପ୍ରିମକୋର୍ଟ ରୋକ ଲଗାଇବା ପରେ ସାଂସଦ ପଦ ଫେରି ପାଇଛନ୍ତି ରାହୁଲ । ଏହାପରେ ସେ ସଂସଦରେ ଉଠାଇଛନ୍ତି ମଣିପୁର ପ୍ରସଙ୍ଗ ଆଉ ସିଧାସଳଖ ଟାର୍ଗେଟ କରିଛନ୍ତି ମୋଦୀ ସରକାରଙ୍କୁ । ଲୋକସଭା ସାଂସଦ ପଦ ଫେରିପାଇବା ପରେ ପ୍ରଥମଥର ପାଇଁ ଆଜି ସେ ସଂସଦରେ ନିଜ ମତ ରଖିଛନ୍ତି ।

ପ୍ରଥମେ ସେ ଭାରତ ଯୋଡ ଯାତ୍ରାକୁ ନେଇ ପ୍ରଥମେ ନିଜ କଥା କହିବ ପରେ ମଣିପୁର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିବା ଦେଖିବାକୁ ମିଳିଛି ।ସାଂସଦ ପଦ ଫେରିପାଇବା ପରେ ନିଜେ ମଣିପୁର ଗସ୍ତ କରିଥିଲେ ରାହୁଲ । ମଣିପୁରରେ କିପରି ହିଂସାର ବ୍ୟାପକତା ଧୀରେ ହଇରେ ଉଗ୍ର ହେଉଛି ସେ କଥା ମଧ୍ୟ ସଂସଦରେ ରଖିଛନ୍ତି । ତେବେ ଏହି ହିଂସାକୁ ରୋକିବାକୁ ହେଲେ ଏବଂ ମଣିପୁରର ସ୍ଥିତି ପୁନଃ ଫେରାଇ ଆଣିବାକୁ ହେଲେ କେବଳ ସେନା ବଳ ପ୍ରୟୋଗ ଦରକାର ବୋଲି ମତ ଦେଇଛନ୍ତି ରାହୁଲ ଗାନ୍ଧୀ।