ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ

ଶାହା ଜାଣନ୍ତି ନାହିଁ ଇତିହାସ: ରାହୁଲ

ଜମ୍ମୁକାଶ୍ମୀରକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ବିଜେପି-କଂଗ୍ରେସ ମଧ୍ୟରେ ବୟାନବାଜୀ ଜୋର ଧରିଛି । ଗତକାଲି ସଂସଦରେ ଗୃହମନ୍ତ୍ରୀ ଅମିତ ଶାହା ଜମ୍ମକାଶ୍ମୀର ପ୍ରସଙ୍ଗରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହାରଲାଲ ନେହେରୁଙ୍କୁ ଟାର୍ଗେଟ କରିଥିଲେ । ଆଜି ଏହାର ଜବାବ ରଖିଛନ୍ତି କଂଗ୍ରେସ ସାଂସଦ । ରାହୁଲ କହିଛନ୍ତି ଇତିହାସ ଜାଣନ୍ତି ନାହିଁ ଅମିତ ଶାହା । ଦେଶ ପାଇଁ ନିଜ ଜୀବନରର ବଳିଦାନ ଦେଇଛନ୍ତି ନେହେରୁ । ବର୍ଷ ବର୍ଷ ଧରି ସେ ଜେଲରେ ରହିଥିଲେ । ପ୍ରକୃତ ପ୍ରସଙ୍ଗ ଉପରୁ ଧ୍ୟାନ ହଟାଇବା ପାଇଁ ଏଭଳି ବୟାନବାଜୀ କରୁଛି ବିଜେପି । ଦେଶର ବର୍ତମାନ ଗୁରୁତ୍ୱପୂଣ୍ଣ ପ୍ରସଙ୍ଗ ରହିଛି ଜାତିଭିତିକ ଜନଗଣନା । ଯାହା ଉପରୁ ଦେଶବାସୀଙ୍କ ଧ୍ୟାନ ହଟାଇବାକୁ ଚାଲିଛି ପ୍ରୟାସ । ସୋମବାର ଜମ୍ମୁକାଶ୍ମୀର ସଂରକ୍ଷଣ ସଂଶୋଧନ ବିଲ ୨୦୨୩ ଓ ଜମ୍ମୁକାଶ୍ମୀର ପୁନଗଠନ ସଂଶୋଧନ ବିଲ ୨୦୨୩ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହେବା ପରେ ଏହା ଉପରେ ସଂସଦରେ ଆଲୋଚନା କରାଯାଇଥିଲା । ଏହି ସମୟରେ ଜମ୍ମୁକଶ୍ମୀର ସମସ୍ୟା ପାଇଁ ନେହେରୁଙ୍କୁ ଦାୟୀ କରିଥିଲେ ଅମିତ ଶାହା କହିଥିଲେ ।