EVM କୁ ନେଇ ପୁଣି ଉଠିଲା ପ୍ରଶ୍ନ

EVM, ଏଟା ଗୋଟେ ବ୍ଲାକ୍ ବକ୍ସ: ରାହୁଲ ଗାନ୍ଧି

ଲୋକସଭା ନିର୍ବାଚନ ସରୁ ସରୁ ଉଠିଲା ଇଲେକ୍ ଟ୍ରୋନିକ୍ ଭୋଟିଂ ମେସିନ୍ ବା ଇଭିଏମ୍ ପ୍ରସଙ୍ଗ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଇଭିଏମକୁ ନେଇ ଉଠାଇଛନ୍ତି ପ୍ରଶ୍ନ । ସେ ଏହାକୁ ବ୍ଲାକ୍ ବକ୍ସ ବୋଲି କହିଛନ୍ତି । ରାହୁଲ ଗାନ୍ଧି ଏକ୍ସ ସିଇଓ ଏଲନ୍ ମସ୍କଙ୍କ ଏକ୍ସ ପୋଷ୍ଟକୁ ରି-ପୋଷ୍ଟ କରିବା ସହ ଭାରତରେ ଇଭିଏମ୍ ହେଉଛି ଏକ ବ୍ଲାକ୍ ବକ୍ସ ବୋଲି କହିଛନ୍ତି । ଏହାକୁ ଯାଞ୍ଚ କରିବାକୁ କାହାର ବି ଅନୁମତି ନାହିଁ । ଭାରତରେ ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ନେଇ ଚିନ୍ତା ବଢ଼ୁଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଅନୁଷ୍ଠାନଗୁଡ଼ିକର ଉତ୍ତରଦାୟିତ୍ୱ ଅଭାବ ରହିଲେ ଗଣତନ୍ତ୍ର ଦେଖାଣିଆ ପାଲଟିଯାଏ ଏବଂ ଠକାମିର ସମ୍ଭାବନା ବଢ଼ିଯାଏ ବୋଲି ରାହୁଲ କହିଛନ୍ତି । ଏଲନ୍ ମସ୍କ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଇଭିଏମ ବ୍ୟବହାର ନକରିବାକୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ, ଇଭିଏମକୁ ରଦ୍ଦ କରିଦେବା ଉଚିତ୍ । ଏହାକୁ ସାଧାରଣ ଲୋକ କିମ୍ବା ଏଆଇ ଦ୍ୱାରା ହ୍ୟାକ୍ କରିବା ଆଶଙ୍କା ରହିଛି । କିନ୍ତୁ ଭାରତର ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏହାକୁ ଖଣ୍ଡନ କରିବା ସହ ଭାରତରେ ଇଭିଏମ ସମ୍ପୂର୍ଣ୍ଣ ନିରାପଦ ବୋଲି କହିଛନ୍ତି ।