ବିବାଦ ଘେରରେ ଛନ୍ଦି ହେଲେ ଆପ୍ ସାଂସଦ

ହରଡ଼ ଘଣାରେ ରାଘବ ଚଡ୍ଡା

ବିବାଦ ଘେରରେ ଛନ୍ଦି ହେଲେ ଆପ୍ ସାଂସଦ । ରାଜ୍ୟସଭାରେ ଦିଲ୍ଲୀ ସେବା ସଂଶୋଧନ ବିଲକୁ ନେଇ ଅନୁମୋଦନ ଚାଲିଥିବାବେଳେ ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ା ଏକ ପ୍ରସ୍ତାବ ଆଣିଥିଲେ । ଏହି ପ୍ରସ୍ତାବରେ ୫ଜଣ ସାଂସଦଙ୍କ ଦସ୍ତଖତ ରହିଥିଲା ବୋଲି କହିଥିଲେ ଆପ ସାଂସଦ । ତେବେ ଏହି ଦସ୍ତଖତ ଜାଲ ବୋଲି ଅଭିଯୋଗ ହୋଇଛି । ସାଂସଦମାନେ ଯଦି ଦସ୍ତଖତ କରିନାହାଁନ୍ତି ତେବେ ଆପେ ଆପେ କିଭଳି ଦସ୍ତଖତ ହେଲା ବୋଲି ଉଠିଛି ପ୍ରଶ୍ନ   । ଏନେଇ ଗୃହମନ୍ତ୍ରୀ ଅମିତ ଶାହା ଗୃହରେ ଅସନ୍ତୋଷ ପ୍ରକାଶ କରିଥିଲେ । ସହମତି ବିନା ସାଂସଦଙ୍କ ନାଁ କିଭଳି ପ୍ରସ୍ତାବରେ ସାମିଲ କରାଗଲା ବୋଲି ଅମିତ ଶାହା ପ୍ରଶ୍ନ କରିଥିଲୋ । ରାଘବ ଚଡ୍ଡା ବିବାଦ ଓ ଅଭିଯୋଗ ଘେରରେ ଛନ୍ଦି ହେବା ପରେ ତାଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ପଠାଯାଇପାରେ । ୫ଜଣ ରାଜ୍ୟସଭା ସାଂସଦ ଆପ ସାଂସଦଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ ଦିଆଯିବ ବୋଲି ସୂଚନା ରହିଛି । ସେପଟେ ରାଜ୍ୟସଭା ଉପସଭାପତି ହରିବଂଶ ନାରାୟଣ ସିଂ କହିଛନ୍ତି ଘଟଣାକୁ ନେଇ ୪ଜଣ ସାଂସଦଙ୍କ ଚିଠି ପଠାଇ ତଦନ୍ତ ପାଇଁ ଦାବି କରିଛନ୍ତି । ସେପଟେ ଆପ କହିଛି ଜାଲ ଦସ୍ତଖତ ଅଭିଯୋଗ ମିଛ ଅଟେ । ରାହୁଲ ଗାନ୍ଧୀଙ୍କ ପରି ରାଘବ ଚଡ୍ଡାଙ୍କ ସଦସ୍ୟତା ରଦ୍ଧ ପାଇଁ ବିଜେପି କରୁଛି ଷଡଯନ୍ତ୍ର ।