ଆକ୍ଟିଭ ପଲିଟିକ୍ସକୁ ଫେରିଲେ ଲାଲୁଙ୍କ ପତ୍ନୀ

ରାବ୍ରୀ ଦେବୀ ବିଧାନ ପରିଷଦର ବିରୋଧୀଦଳ ନେତା

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କୁ ବିଧାନ ପରିଷଦର ବିରୋଧୀଦଳ ନେତା ଭାବେ ନିର୍ବାଚିତ କରାଯାଇଛି । ଆରଜେଡି ପ୍ରଦେଶ ଅଧ୍ୟକ୍ଷ ଜଗଦାନନ୍ଦ ସିଂଙ୍କ ଅନୁରୋଧ କ୍ରମେ ବିଧାନ ପରିଷଦର କାର୍ଯ୍ୟକାରୀ ସଭାପତି ଅବଦେ୍ଧଶ ନାରାୟଣ ସିଂ ରାବ୍ରୀ ଦେବୀଙ୍କୁ ବିରୋଧ ଦଳ ନେତାର ମାନ୍ୟତା ଦେଇଛନ୍ତି । ଏନେଇ ବିଧାନ ପରିଷଦର ସଚିବ ଅଖିଳେଶ ଝାଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଦିନ ଏନେଇ ଅଧିସୂଚନା ଜାରି କରାଯାଇଥିଲା ।