କକ୍ଷପଥରେ ଅବତରଣକୁ ଅପେକ୍ଷା

ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଚନ୍ଦ୍ରଯାନ-୩ର ଉତକ୍ଷେପଣ ପରେ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଦୌପଦୀ ମୁର୍ମୁ ମଧ୍ୟ ଇସ୍ରୋର ଏଭଳି ସଫଳତାକୁ ନେଇ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ଟ୍ୱିଟ୍ ଜରିଆରେ ବୈଜ୍ଞାନିକଙ୍କ ପ୍ରତିଭାକୁ ସମ୍ମାନ ଜଣାଇଥିବା ବେଳେ ମହାକାଶରେ ଭାରତ ନୂଆ ଅଧ୍ୟାୟ ଲେଖିଲା ବୋଲି ଟ୍ୱିଟ୍ ରେ ଲେଖିଛନ୍ତି ।  ବୈଜ୍ଞାନିକଙ୍କ ଅକ୍ଳାନ୍ତ ପରିଶ୍ରମର ଏହା ହେଉଛି ପରିଣାମ ବୋଲି ପ୍ରଧାନମନ୍ତ୍ରୀ ଲେଖିଛନ୍ତି । ଆଜି ବହୁ ପ୍ରତିକ୍ଷୀତ ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ ହୋଇଛି । ଆନ୍ଧ୍ରପ୍ରଦେଶର ଶ୍ରୀହରୀକୋଟା ସ୍ଥିତି ମହାକାଶ ଗବେଷଣା ସଂସ୍ଥା ଇସ୍ରୋରୁ ଉତକ୍ଷେପଣ କରାଯାଇଛି । ଏଲଭିଏମ-୩ ରକେଟ ଦ୍ୱାରା ଚନ୍ଦ୍ରଯାନ-୩କୁ ମହାକାଶକୁ ଉତକ୍ଷେପଣ କରାଯାଇଛି । ଉତକ୍ଷେପଣ ପରେ ସଫଳତାର ସହ ତିନୋଟି ସୋପାନ ଅତିକ୍ରମ କରିଛି । ମହାକାଶ ବିଜ୍ଞାନ କ୍ଷେତ୍ରରେ ଚନ୍ଦ୍ରଯାନ-୩ ଉତକ୍ଷେପଣ କରି ଇସ୍ରୋ ଇତିହାସ ରଚିଛି ।

Top of Form

Bottom of Form