୧୦ ରାଜ୍ୟରେ ନୂଆ ରାଜ୍ୟପାଳ
୧୦ ରାଜ୍ୟରେ ନିଯୁକ୍ତ ହେଲେ ନୂଆ ରାଜ୍ୟପାଳ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ୧୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୯ ଜଣ ରାଜ୍ୟପାଳଙ୍କୁ ନିଯୁକ୍ତ କରିଛନ୍ତି। ପଞ୍ଜାବ ଓ ଚଣ୍ଡିଗଡ଼ର ନୂଆ ରାଜ୍ୟପାଳ ହୋଇଛନ୍ତି ଗୁଲାବ ଚାନ୍ଦ କଟରିଆ। ସେହିଭଳି ରାଜସ୍ଥାନର ନୂଆ ରାଜ୍ୟପାଳ ହେଲେ ହରିଭାଓ କିଷାନରାଓ ବାଗ୍ ଦେ। ଜିଷ୍ଣୁଦେବ ବର୍ମା ତେଲେଙ୍ଗାନାର ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ଓମ୍ ପ୍ରକାଶ ମାଥୁର ସିକ୍କିମ ଓ ସନ୍ତୋଷ କୁମାର ଗଙ୍ଗୱାର ଝାଡ଼ଖଣ୍ଡ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ସେପଟେ ଛତିଶଗଡ଼ ରାଜ୍ୟପାଳ ଥିବା ବିଶ୍ବଭୂଷଣ ହରିଚନ୍ଦନଙ୍କ ବଦଳରେ ରାମେନ ଡେକା ଛତିଶଗଡ଼ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ସି.ଏଚ୍. ବିଜୟ ଶଙ୍କର ମେଘାଳୟ ଓ ସିପି ରାଧାକ୍ରିଷ୍ଣନନ୍ ମହାରାଷ୍ଟ୍ରର ରାଜ୍ୟପାଳ ହୋଇଛନ୍ତି। ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଆସାମ ରାଜ୍ୟପାଳ ସହ ମଣିପୁର ଅତିରକ୍ତି ଦାୟିତ୍ବ ମିଳିଛି। ଅନ୍ୟପକ୍ଷରେ ପଞ୍ଜାବ ରାଜ୍ୟପାଳ ବନୱାରୀଲାଲ୍ ପୁରୋହିତଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରି ନେଇଛନ୍ତି ରାଷ୍ଟ୍ରପତି।