୬ ଦିନ ଭିତରେ ଚନ୍ଦ୍ରପୃଷ୍ଠରେ ପ୍ରଜ୍ଞାନ ଖୋଜିବ ତଥ୍ୟ

ସରିଆସୁଛି ରୋଭର ପ୍ରଜ୍ଞାନର ଆୟୁଷ, ଆଉ ମାତ୍ର ୬ ଦିନ

ସରି ସରି ଆସୁଛି ରୋଭର ପ୍ରଜ୍ଞାନର ଆୟୁଷ  । ଆଉ ମାତ୍ର ୬ ଦିନ ଚନ୍ଦ୍ର ପୃଷ୍ଠରେ ଚଳ ପ୍ରଚଳ କରିବ ପ୍ରଜ୍ଞାନ ।  ଚନ୍ଦ୍ର ପୃଷ୍ଠର ଦକ୍ଷିଣ ମେରୁରେ ସୂର୍ଯ୍ୟକିରଣ ଚାଲିଗଲେ ଅଚଳ ହୋଇଯିବ ପ୍ରଜ୍ଞାନ  । ଏହାକୁ ନେଇ ଇସ୍ରୋ ବୈଜ୍ଞାନିକ ଚିନ୍ତାରେ ରହିଥିବା ବେଳେ ପ୍ରତିଦିନ ରୋଭର ପ୍ରଜ୍ଞାନ କିନ୍ତୁ ଦେଇଚାଲିଛି ଗୋଟେ ପରେ ଗୋଟେ ଖବର  ।  ଭିନ୍ନ ଟେକନିକ ଜରିଆରେ ଚନ୍ଦ୍ରପୃଷ୍ଠରେ ସଲଫର ଥିବାନେଇ ସୂଚନା ଦେଇଛି ପ୍ରଜ୍ଞାନ । ପୂର୍ବରୁ ବି ସଲଫର ଥିବା ନେଇ ସୂଚନା ଦେଇଥିଲା ପ୍ରଜ୍ଞାନ । ରୋଭରରେ ରହିଥିବା ଆଲଫା ପାର୍ଟିକଲ ଏକ୍ସ-ରେ ସ୍ପକ୍ଟ୍ରୋସ୍କୋପ ବା APXS ଜରିଆରେ ସଲଫର ଥିବା ନେଇ ପ୍ରଜ୍ଞାନ ସୂଚନା ଦେଇଛି । ସେପଟେ ଏକ ନିରାପଦ ରୁଟ୍ ସମ୍ପର୍କରେ ରୋଭର ଗବେଷଣା କରୁଛି । ଏହାର ରୋଟେସନର ଭିଜୁଆଲ କଏଦ କରିଛି ଲ୍ୟାଣ୍ଡର ଇମେଜ କ୍ୟାମେରା । ପିଆରଏଲ ଅହମ୍ମଦାବାଦର ସହଯୋଗରେ ପିଆରଏଲ ଅହମ୍ମଦାବାଦ ତିଆରି କରିଛି APXS ।