ବିଶ୍ୱ ଚେସ୍ ଚାମ୍ପିଅନ୍ ଡିଙ୍ଗ ଲିରେନଙ୍କୁ ପରାସ୍ତ କଲେ ପ୍ରଗନ୍ନାନନ୍ଦ

ବିଶ୍ୱ ଚାମ୍ପିଅନ୍‌ଙ୍କୁ ହରାଇ ଏକ ନମ୍ବର ସ୍ଥାନରେ ପ୍ରଗନ୍ନାନନ୍ଦ

ବିଶ୍ୱ ଚାମ୍ପିଅନ୍‌ଙ୍କୁ ହରାଇ ଏକ ନମ୍ବର ସ୍ଥାନରେ ପ୍ରଗନ୍ନାନନ୍ଦ । ଚେସ୍ ପ୍ରତିଭା ରମେଶବାବୁ ପ୍ରଗନ୍ନାନନ୍ଦ ବିଶ୍ୱ ଚେସ୍ ଚାମ୍ପିଅନ୍ ଡିଙ୍ଗ ଲିରେନଙ୍କୁ ପରାସ୍ତ କରିବା ପରେ ପୁଣି ଥରେ ବିଶ୍ୱର ନମ୍ବର ୱାନ୍ ଖେଳାଳି ହୋଇଛନ୍ତି । ୧୮ ବର୍ଷୀୟ ପ୍ରଗନ୍ନାନନ୍ଦ ୨୦୨୪ ଟାଟା ଷ୍ଟିଲ୍ ଚେସ୍ ଟୁର୍ନାମେଣ୍ଟରେ ଚୀନ୍‌ର ଲିରେନ୍‌ଙ୍କୁ ପରାସ୍ତ କରିବା ପରେ ମହାନ ଚେସ୍‌ ପ୍ଲେୟାର ବିଶ୍ୱନାଥ ଆନନ୍ଦଙ୍କୁ ମଧ୍ୟ ପରାଜିତ କରିଥିଲେ । ଆଉ ତା’ପରେ ତାଲିକାର ଶୀର୍ଷରେ ପହଞ୍ଚିଥିଲେ । ପ୍ରଗନ୍ନାନନ୍ଦ କହିଛନ୍ତି ତାଙ୍କର ବିଶ୍ୱାସ ହେଉନି ଯେ, ବିଶ୍ୱ ଚାମ୍ପିଅନ୍ ବିଶ୍ୱନାଥ ଆନନ୍ଦ ଏତେ ଶୀଘ୍ର ଟୁର୍ଣ୍ଣାମେଣ୍ଟରୁ ବାହାରିଯାଇଛନ୍ତି ।
ପ୍ରଗନ୍ନାନନ୍ଦଙ୍କ ପକ୍ଷରୁ କୁହାଯାଇଛି, ‘ମୁଁ ଭାବିଥିଲି ଅତି ସହଜରେ ତାଙ୍କ ସହ ବରାବର କରିପାରିଛି । କିନ୍ତୁ ତାପରେ କ’ଣ ହେଲା କେଜାଣି, ତାଙ୍କର ସବୁ ଚାଲ ଓଲଟା ପଡ଼ିଲା । ଆଉ ସେ ହାରିବାକୁ ଲାଗିଲେ । ଚେସ୍‌ରେ ବିଜୟ ହେବା ପରେ ବି ମୋତେ ବିଶ୍ୱାସ ହେଉନଥିଲା ମୁଁ ବିଶ୍ୱ ଚାମ୍ପିଅନ୍‌ଙ୍କୁ ପରାସ୍ତ କରିଛି । ଏହି ବିଜୟ ପାଇଁ ନିହାତି ଭାବେ ଯୋଗ୍ୟ ହେବା ଦରକାର’ । ସେ ଆହୁରି କହିଛନ୍ତି, “ଏପରି ଶକ୍ତିଶାଳୀ ଖେଳାଳିଙ୍କୁ ପରାସ୍ତ କରିବା ସହଜ କଥା ନୁହେଁ, ତେଣୁ ଏହି ଦିନ ମୋ ଜୀବନରେ ସବୁବେଳେ ସ୍ମରଣୀୟ ହୋଇ ରହିବ । କ୍ଲାସିକାଲ୍ ଚେସରେ ବିଶ୍ୱ ଚାମ୍ପିଅନ୍ ବିପକ୍ଷରେ ପ୍ରଥମ ଥର ଜିତିଥିବାରୁ ଖୁବ୍‌ ଖୁସି ଲାଗିଲା । ” ୫ ବର୍ଷ ବୟସରେ ଖେଳିବା ଆରମ୍ଭ କରିଥିଲେ ପ୍ରଗନ୍ନାନନ୍ଦ ।