ହେମନ୍ତ ସୋରେନଙ୍କୁ ସୁପ୍ରିମକୋର୍ଟ ଝଟକା

ହେମନ୍ତ ସୋରେନଙ୍କୁ ୫ ଦିନ ରିମାଣ୍ଡ

ହେମନ୍ତ ସୋରେନଙ୍କୁ ୫ ଦିନ ରିମାଣ୍ଡ । ରିମାଣ୍ଡ ଅନୁମତି ଦେଲେ କୋର୍ଟ । ୧୦ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଇଡି । ୫ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ । ସେପଟେ ହେମନ୍ତ ସୋରେନଙ୍କୁ ସୁପ୍ରିମକୋର୍ଟ ଝଟକା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିଥିବା ଗିରଫ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ହେମନ୍ତ । ତେବେ ମାମଲାର ଶୁଣାଣି ପାଇଁ ମନା କରିବା ସହ ଇଡିର ଗିରଫଦାରିକୁ ରଦ୍ଦ କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଏହାସହ ଶୁଣାଣି ବେଳେ କାହିଁକି ହାଇକୋର୍ଟ ଗଲେନି ବୋଲି ମଧ୍ୟ ପ୍ରଶ୍ନ କରିଥିଲେ ଅଦାଲତ । ହେମନ୍ତ ସୋରେନଙ୍କ ପାଇଁ ସୁପ୍ରିମକୋର୍ଟରେ ମାମଲା ଲଢ଼ୁଛନ୍ତି ବରିଷ୍ଠ ଆଇନଜୀବୀ କପିଲ ଶିବଲ ।