ପାର୍ଲାମେଣ୍ଟ ସୁରକ୍ଷା ଭଙ୍ଗ ପ୍ରସଙ୍ଗ, ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ

ସୁରକ୍ଷା ଭଙ୍ଗ ପ୍ରସଙ୍ଗରେ ଆଲୋଚନା ଦରକାର ନାହିଁ: ପ୍ରଧାନମନ୍ତ୍ରୀ

ପାର୍ଲାମେଣ୍ଟ ସୁରକ୍ଷା ଭଙ୍ଗ ପ୍ରସଙ୍ଗରେ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ। ପାର୍ଲାମେଣ୍ଟ ସୁରକ୍ଷା ଭଙ୍ଗ ପ୍ରସଙ୍ଗରେ ସଂସଦରେ କିଛି ଆଲୋଚନା ଦରକାର ନାହିଁ କହିଛନ୍ତି ପ୍ରଧାନମନ୍ତ୍ରୀ । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ମୋଦି । ସେ କହିଛନ୍ତି, ଏହା ଏକ ଗୁରୁତର ଘଟଣା । ଏହା ପଛରେ କିଏ ଅଛି, ସେମାନଙ୍କର ଉଦ୍ଦେଶ୍ୟ କଣ ଥିଲା, ତାହା ସାମ୍ନାକୁ ଆସିବା ଦରକାର। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି । ବାଚସ୍ପତି ସବୁ ପଦକ୍ଷେପ ନେଉଛନ୍ତି । କିନ୍ତୁ ଏହି ପ୍ରସଙ୍ଗରେ ସଂସଦରେ କିଛି ଆଲୋଚନା ଦରକାର ନାହିଁ । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ମୋଦି । ଗତ ବୁଧବାର ଦିନ ଗୃହ କାର୍ଯ୍ୟ ଚାଲିଥିବାବେଳେ ଦୁଇ ଜଣ ଯୁବକ ଭିଜିଟର୍ ଗ୍ୟାଲେରିରୁ ଗୃହର ମଧ୍ୟଭାଗକୁ ଡେଇଁ ପଡ଼ିଥିଲେ । ପରେ ପରେ ହଳଦିଆ ରଙ୍ଗର ସ୍ମୋକ୍ ଛାଡ଼ିଥିଲେ । ସେମାନଙ୍କୁ କାବୁ କରି ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରିଥିଲେ କିଛି ସାଂସଦ ।