ସେପ୍ଟେମ୍ବର ୨୧ରୁ ମିଳିତ ଜାତିସଂଘର ୭୯ତମ ସାଧାରଣ ସଭା

ସେପ୍ଟେମ୍ବର ୨୬ରେ ଜାତିସଂଘ ସାଧାରଣ ସଭାକୁ ମୋଦୀଙ୍କ ସମ୍ବୋଧନ

ସେପ୍ଟେମ୍ବର ୨୬ରେ ଜାତିସଂଘ ସାଧାରଣ ସଭା ଅଧିବେଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିବେ। ସେପ୍ଟେମ୍ବର ୨୧ରୁ ମିଳିତ ଜାତିସଂଘର ୭୯ତମ ସାଧାରଣ ସଭା ବା ୟୁଏନଜିଏ ବୈଠକ ଆରମ୍ଭ ହେବାକୁ ଯାଉଛି। ଯେଉଁଥିରେ ଅନେକ ଦେଶର ମୁଖିଆ ସାମିଲ ହେବାକୁ ଯାଉଛନ୍ତି । ମିଳିତ ଜାତିସଂଘରେ ବିଶ୍ୱର ଶତାଧିକ ନେତା, ନୀତି ନିର୍ଧାରକ, ବିଶେଷଜ୍ଞ ଯୋଗଦେବେ। ୟୁଏନଜିଏର ଉଚ୍ଚସ୍ତରୀୟ ବିତର୍କର ପ୍ରଥମ ଦିନ ସେପ୍ଟେମ୍ବର ୨୪ କୁ ରଖାଯାଇଛି । ବ୍ରାଜିଲ ପାରମ୍ପରିକ ଭାବରେ ବିତର୍କର ପ୍ରଥମ ବକ୍ତା । ଏହାପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜାତିସଂଘକୁ ସମ୍ବୋଧିତ କରିବେ। ମିଳିତ ଜାତିସଂଘ ପକ୍ଷରୁ ପ୍ରକାଶିତ ସ୍ପିକର ତାଲିକା ଅନୁଯାୟୀ, ସେପ୍ଟେମ୍ବର ୨୬ରେ ପ୍ରଧାନମନ୍ତ୍ରୀ ମୋଦୀ ଜାତିସଂଘ ସାଧାରଣ ପରିଷଦର ଉଚ୍ଚସ୍ତରୀୟ ଅଧିବେଶନକୁ ସମ୍ବୋଧିତ କରିବେ। ସେପ୍ଟେମ୍ବର ୨୪ରୁ ୩୦ ତାରିଖ ପର୍ୟ୍ୟନ୍ତ ଉଚ୍ଚସ୍ତରୀୟ ସାଧାରଣ ବିତର୍କ ଅନୁଷ୍ଠିତ ହେବ। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ବିତର୍କ ପୂର୍ବରୁ ନିଜର ରିପୋର୍ଟ ଉପସ୍ଥାପନ କରିବେ। ଏହା ପରେ ଆରମ୍ଭ ହେବ ବିତର୍କ । ଏହା ପୂର୍ବରୁ ୨୦୨୧ରେ ପ୍ରଧାନମନ୍ତ୍ରୀ ମୋଦୀ ସମାବେଶକୁ ସମ୍ବୋଧିତ କରିଥିଲେ। ଯଦିଓ ଏହା ଚୂଡ଼ାନ୍ତ ତାଲିକା ନୁହେଁ, ତଥାପି ଜାତିସଂଘ ଉଚ୍ଚସ୍ତରୀୟ ଅଧିବେଶନ ପୂର୍ବରୁ ସ୍ପିକରମାନଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ କରିଥାଏ ।

Leave a Reply

Your email address will not be published. Required fields are marked *