ପଶ୍ଚିମବଙ୍ଗରେ ଅଣ୍ଡରୱାଟର ମେଟ୍ରୋର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରଥମ ଅଣ୍ଡରୱାଟର ମେଟ୍ରୋ ଟନେଲ ଉଦଘାଟିତ

ପାଣି ଭିତରେ ଦୌଡିବ ମେଟ୍ରୋ। ଦେଶର ପ୍ରଥମ ଅଣ୍ଡରୱାଟର ମେଟ୍ରୋ ଟନେଲ ଉଦଘାଟିତ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀର୍ଘଦିନର ଏହି ପ୍ରୋଜେକ୍ଟକୁ ଉଦଘାଟିତ କରିଛନ୍ତି। କୋଲକାତାରେ ହୁଗୁଳି ନଦୀ ଭିତରେ ୧୬.୬ କିଲୋମିଟର ପର୍ୟ୍ୟନ୍ତ ଏହି ଅଣ୍ଡରୱାଟର ମେଟ୍ରୋ ଟନେଲ ନିର୍ମାଣ କରାଯାଇଛି। ୨୦୧୦ ମସିହାରେ ଆରମ୍ଭ ହୋଇଥିବା ଏହି ପ୍ରୋଜେକ୍ଟ ଆଜି ପୂର୍ଣ୍ଣ ରୂପ ନେଇଛି। ସହରୀ ଗତିଶୀଳତା ଓ ସଯୋଂଗୀକରଣ କ୍ଷେତ୍ରରେ ଏହା ଏକ ନୂଆ ମାଇଲଖୁଂଟ ହେବ । କୋଲକାତା ମେଟ୍ରୋର ସମ୍ପ୍ରସାରଣ କରାଯାଇଥିବା ବେଳେ ହାୱଡା ମୈଦାନ-ଏସପ୍ଲାନେଡ ଯାଏ ନଦୀ ଭିତରେ ଏହି ଅଣ୍ଡର ୱାଟର ମେଟ୍ରୋ ପ୍ରକଳ୍ପର ନିର୍ମାଣ କରାଯାଇଛି । ଗ୍ରୀନ ଲାଇନରେ ଆସୁଥିବା ଏହି ଅଣ୍ଡର ୱାଟର ମେଟ୍ରୋ ଟନେଲର ଲମ୍ବ ପ୍ରାୟ ୧୬ କିଲୋମିଟର । ଏହି ଟନେଲ ଭୁପୃଷ୍ଠରୁ ପ୍ରାୟ ୧୨୦ଫୁଟ ତଳେ ରହିଛି । ଏହି ପ୍ରକଳ୍ପ ଲୋକାର୍ପଣ ପରେ ହାୱଡା ମେଟ୍ରୋ ଷ୍ଟେସନ ଦେଶର ପ୍ରଥମ ଏବଂ ଗଭୀରତମ ମେଟ୍ରୋ ଷ୍ଟେସନ ପାଲଟିଛି । ଅଣ୍ଡରୱାଟର ମେଟ୍ରୋ ଟ୍ରେନର ଉଦଘାଟନ ପରେ ଏହି ମେଟ୍ରୋରେ ବସି ଯାତ୍ରା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସ୍କୁଲ ପିଲାଙ୍କ ସହ ବସି ଏହି ମେଟ୍ରୋ ଯାତ୍ରାର ଅନୁଭୂତି ନେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ଯାତ୍ରା ସମୟରେ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ମୋଦୀ ।