ସମୁଦ୍ରରେ ବୁଡ଼ି ଯାଇଥିବା ଦ୍ୱାରକା ନଗରୀରେ ପୂଜା କଲେ ପ୍ରଧାନମନ୍ତ୍ରୀ

ସମୁଦ୍ରରେ ବୁଡ଼ି ଯାଇଥିବା ଦ୍ୱାରକା ନଗରୀରେ ପୂଜା କଲେ ପ୍ରଧାନମନ୍ତ୍ରୀ

ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱାରକା ଯିବା ସହ ସେଠାରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରିଛନ୍ତି । ସମୁଦ୍ର ଭିତରକୁ ଯାଇ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରି ନିଜର ଅନୁଭୂତିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି ଲେଖିଛନ୍ତି, ପାଣିରେ ବୁଡି ରହିଥିବା ଦ୍ୱାରକା ସହରରେ ପ୍ରାର୍ଥନା କରିବା ଅତ୍ୟନ୍ତ ସୁନ୍ଦର ଅନୁଭୂତି ଥିଲା ।

ମୁଁ ଆଧ୍ୟାତ୍ମିକ ମହାନତା ଏବଂ କାଳଜୟୀ ଭକ୍ତିର ଏକ ପ୍ରାଚୀନ ଯୁଗ ସହିତ ନିଜକୁ ସାମିଲ କରିଥିବା ଅନୁମାନ କଲି । ଭଗବାନ୍ ଶ୍ରୀକୃଷ୍ଣ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ପିଏମ ମୋଦୀ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି । ଭଗବାନ ଶ୍ରୀକୃଷ୍ଣଙ୍କ ସହ ଜଡିତ ପ୍ରାଚୀନ ଦ୍ୱାରକା ସବୁବେଳେ କୃଷ୍ଣ ପ୍ରେମୀଙ୍କ ଦୁର୍ବଳତା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟରେ ‘ସୁଦର୍ଶନ ସେତୁ’ର ଉଦଘାଟନ କରିଛନ୍ତି । ଯାହା ଭାରତର ଦୀର୍ଘତମ କେବୁଲ-ଷ୍ଟେଡ୍ ବ୍ରିଜ୍ ବିଟ୍ ଦ୍ୱାରକାଙ୍କୁ ମେନଲ୍ୟାଣ୍ଡକୁ ସଂଯୋଗ କରୁଛି ।