ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମୋଦିଙ୍କ ସନ୍ଦେଶ

୧୧ ଦିନ ପର୍ଯ୍ୟନ୍ତ ମୋଦିଙ୍କ ସ୍ୱତନ୍ତ୍ର ଉପାସନା

ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମୋଦିଙ୍କ ସନ୍ଦେଶ । ଆଜିଠୁ ୧୧ ଦିନ ପର୍ଯ୍ୟନ୍ତ କରିବେ ସ୍ୱତନ୍ତ୍ର ଉପାସନା । ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଆଉ ମାତ୍ର ୧୧ ଦିନ ଥିବା ବେଳେ, କାର୍ଯ୍ୟକ୍ରମରେ ଯୋଗଦେଇ ଏହି ପୁଣ୍ୟ ଅବସରର ସାକ୍ଷୀ ହେବାର ସୌଭାଗ୍ୟ ଲାଭ କରିବି ବୋଲି ମୋଦି କହିଛନ୍ତି । ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ଯୋଗଦେବା ପୂର୍ବରୁ ଦେଶବାସୀଙ୍କୁ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସେ କହିଛନ୍ତି, ପ୍ରଭୁ ଶ୍ରୀରାମ ଏହି ଅବସରରେ ଦେଶବାସୀଙ୍କ ପ୍ରତିନିଧିତ୍ୱ କରିବାକୁ ମୋତେ ସୃଷ୍ଟି କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜିଠୁ ୧୧ ଦିନ ଲାଗି ଏକ ବିଶେଷ ଅନୁଷ୍ଠାନ ଆରମ୍ଭ କରୁଛି । ଏଥିଲାଗି ମୁଁ ଆପଣ ସମସ୍ତଙ୍କଠାରୁ ଆଶୀର୍ବାଦ ଭିକ୍ଷା କରୁଛି ବୋଲି ଅଡିଓ ବାର୍ତ୍ତାରେ କହିଛନ୍ତି ମୋଦି । ଏଭଳି ମୁହୂର୍ତ୍ତରେ ନିଜ ଭାବନାକୁ ଶବ୍ଦରେ ପ୍ରକାଶ କରିବା କଷ୍ଟସାଧ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।