ଅଗଷ୍ଟ ୨ ତାରିଖରେ ଆସିବ ପ୍ରଧାନମନ୍ତ୍ରୀ କିଷାନ ଟଙ୍କା
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୦ତମ କିସ୍ତି ଅଗଷ୍ଟ ୨ତାରିଖରେ ପ୍ରଦାନ କରାଯିବ । କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଅଧ୍ୟକ୍ଷତାରେନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କାର୍ଯ୍ୟକ୍ରମର ପ୍ରସ୍ତୁତି ଏବଂ ସର୍ବାଧିକ ସଂଖ୍ୟକ ଚାଷୀଙ୍କ ନିକଟରେ ଏହାର ଲାଭ ପହଞ୍ଚିବା ସୁନିଶ୍ଚିତ କରିବା ପାଇଁ ସମୀକ୍ଷା କରାଯାଇଥିଲା।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଉତ୍ତର ପ୍ରଦେଶର ବାରାଣସୀରେ ଏହି କାର୍ଯ୍ୟକ୍ରମ ହେବ ।୨୪ ଫେବୃଆରୀ ୨୦୨୫ରେ ସରକାର ଯୋଜନାର ୧୯ ତମ କିସ୍ତି ଜାରି କରିଥିଲେ । ୨୪ ଜୁନ୍ ୨୦୨୫ ରେ ପୂରା ଚାରି ମାସ ବିତିଗଲାଣି। ପ୍ରାୟ ୧୦ କୋଟି ଚାଷୀ ଏହି କିସ୍ତିର ଲାଭ ପାଇବେ । ଚାଷୀମାନଙ୍କ ମଧ୍ୟରେ ଇ-କେୱାଇସି କରିବା ପାଇଁ ଏକ ଦୌଡ଼ ଆରମ୍ଭ ହୋଇଛି।ଇ-କେୱାଇସି କରିବା ମାତ୍ରେ, ପୂର୍ବରୁ ପଡ଼ି ରହିଥିବା କିସ୍ତି ମଧ୍ୟ ଆକାଉଣ୍ଟକୁ ଆସିଯିବ। ଏହି ଯୋଜନା ଅଧୀନରେ ଚାଷୀମାନଙ୍କୁ ୩ଟି କିସ୍ତିରେ ୬ ହଜାର ଟଙ୍କା ହସ୍ତାନ୍ତର କରାଯାଉଛି, ପ୍ରତ୍ୟେକ କିସ୍ତି ପ୍ରତି ଚାରି ମାସରେ ଜାରି କରାଯିବ । ବୈଠକରେ ଦେଶର ୭୩୧ଟି କୃଷି ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ, ଉପ-କୁଳପତି ଏବଂ ମୁଖ୍ୟ, ଭାରତୀୟ କୃଷି ଗବେଷଣା ପରିଷଦ ଓ କୃଷି ବିଶ୍ୱବିଦ୍ୟାଳୟଗୁଡ଼ିକ ଯୋଗ ଦେଇଥିଲେ ।

Nice post! 1754807453