ବାଜିଲା ପ୍ୟାରିସ୍ ଅଲିମ୍ପିକ୍ସ ବିଗୁଲ

ପ୍ୟାରିସ୍ ଅଲିମ୍ପିକ୍ସ: ୨୦୬ ରାଷ୍ଟ୍ରରୁ ୧୦ହଜାର ୭୧୪ କ୍ରୀଡ଼ାବିତ ନେଇଛନ୍ତି ଭାଗ

ବାଜିଲା ପ୍ୟାରିସ୍ ଅଲିମ୍ପିକ୍ସ ବିଗୁଲ । ଦୀର୍ଘ ପ୍ରତିକ୍ଷାର ଅନ୍ତ ଘଟାଇ ପ୍ୟାରିସ ନଗରୀରେ ଆରମ୍ଭ ହୋଇଛି ଅଲିମ୍ପିକ୍ସ କ୍ରୀଡ଼ାର ୩୩ତମ ସଂସଦକରଣ । ଇତିହାସରେ ପ୍ରଥମ ଥର ସେନ ନଦୀରେ ଉଦଘାଟନୀ ଉସôବ ଆୟୋଜିତ ହୋଇଛି । ୮୫ଟି ଡଙ୍ଗାରେ ୭୦୦୦ କ୍ରୀଡ଼ାବିତ ପରେଡରେ ୬କିଲୋମିଟର ଯାତ୍ରା କରିଥିଲେ । ପରେଡରେ ୧୬ଟି ପୋଲ ଅତିକ୍ରମ କରି ଆଇଫିଲ ଟାୱାର ନିକଟରେ ଶେଷ ହୋଇଥିଲା । ରଙ୍ଗାରଙ୍ଗ ଆଲୋକମାଳା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ଥିଲା ବିଶ୍ୱକୁ ପ୍ରେମଭରା ଶାନ୍ତିର ବାର୍ତ୍ତା ଏବଂ ପ୍ରଦର୍ଶିତ ହୋଇଥିଲା ଫ୍ରାନ୍ସର କଳା, ସଂସ୍କୃତି ଓ ଐତିହ୍ୟର ଛବି ।

୧୦୦ବର୍ଷ ପରେ ପ୍ୟାରିସକୁ ଅଲିମ୍ପିକ୍ସ କ୍ରୀଡ଼ା ଫେରିଛି । ପୂର୍ବରୁ ୧୯୦୦ ଓ ୧୯୨୪ରେ ଦୁଇ କ୍ରୀଡ଼ା ଆୟୋଜିତ ହୋଇଥିଲା । କ୍ରୀଡ଼ାରେ ଭାଗ ନେଇଛନ୍ତି ୨୦୬ ରାଷ୍ଟ୍ରରୁ ୧୦ହଜାର ୭୧୪ କ୍ରୀଡ଼ାବିତ । ୩୨ଟି କ୍ରୀଡ଼ାର ୩୨୮ଟି ଇଭେଣ୍ଟରେ ଅଂଶ ଗ୍ରହଣ କରିଛନ୍ତି । ଅଗଷ୍ଟ ୧୧ତାରିଖ ଯାଏଁ ଚାଲିବ ଅଲିମ୍ପିକ୍ସ । ଏଥିରେ ୧୧୭ଜଣିଆ ଭାରତୀୟ ଦଳ ଭାଗ ନେଇଛନ୍ତି । ଉଦଘାଟନୀ ଉତ୍ସବ ପରେଡରେ ଦୁଇ ଥର ଅଲିମ୍ପିକ୍ସ ପଦକ ବିଜେତା ପିଭି ସିନ୍ଧୁ ଏବଂ ଟେବୁଲ ଟେନିସ ତାରକା ଶରତ କମଲ ଦଳର ନେତୃତ୍ୱ ନେଇ ତ୍ରିରଙ୍ଗା ଧରିଥିଲେ । ଏହି ସମ୍ମାନଜନକ ଇଭେଣ୍ଟ ପାଇଁ ଭାରତୀୟ ଆଥଲେଟ୍ସ ଦମଦାର ପ୍ରସ୍ତୁତି କରିଛନ୍ତି । ଭାରତକୁ ଏଥର ନିଜର ସମସ୍ତ ଆଥଲେଟଙ୍କ ଠାରୁ ବହୁତ ଆଶା ରହିଛି । ଗତଥର ଟୋକିଓ ଅଲମ୍ପିକ୍ସରେ ଭାରତର ମୋଟ ୭ଟି ପଦକ ଜିତିଥିଲା, ଯେଉଁଥିରେ ଗୋଟିଏ ମାତ୍ର ସ୍ୱର୍ଣ୍ଣ ପଦକ ରହିଥିଲା, ଯାହାକୁ ନୀରଜ ଚୋପ୍ରା, ଜାଭେଲିନ୍ ଥ୍ରୋରେ ଜିତିଥିଲେ । ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଆଥଲେଟ୍ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ସହ ସ୍ୱର୍ଣ୍ଣ ପଦକ ଓ ମୋଟ ପଦକ ଅଧିକ ସଂଖ୍ୟାରେ ଜିତିବା ନେଇ ଏଥର ଆଶା ରହିଛି ।

Leave a Reply

Your email address will not be published. Required fields are marked *