ପ୍ୟାରିସ ଅଲିମ୍ପିକ୍ସରେ ଆଉ ଏକ ପଦକ

ଇତିହାସ ରଚିଲେ ମନୁ ଭାକର

ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଲେ ଭାରତୀୟ ସୁଟର ମନୁ ଭାକର। ଭାରତ ପାଇଁ ଆଜି ମନୁ ଆଣିଛନ୍ତି ଦ୍ୱିତୀୟ ପଦକ। ୧୦ ମିଟର ଏୟାର ପିସ୍ତଲ ସୁଟିଂର ମିକ୍ସଡ ଇଭେଣ୍ଟରେ ଜିତିଛନ୍ତି ବ୍ରୋଞ୍ଜ ପଦକ। ପାର୍ଟନର ସରବଜୋତ୍ ସିଂହଙ୍କ ସହ ମିଶି ଦେଶ ପାଇଁ ଅଲିମ୍ପିକ୍ସରେ ଆଣିଛନ୍ତି ଏହି ସଫଳତା। କୋରିଆ ସୁଟରଙ୍କୁ ହରାଇଛନ୍ତି ମନୁ-ସରବଜୋତ୍ ଯୋଡ଼ି। ଏଥିସହ ପ୍ରଥମ ଭାରତୀୟ ଭାବେ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ହାସଲ କରିବାରେ ରେକର୍ଡ କରିଛନ୍ତି ମନୁ ଭାକର। ଏହା ପୂର୍ବରୁ ମନୁ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ଜିତି ଭାରତକୁ ପ୍ରଥମ ପଦକ ଉପହାର ଦେଇଥିଲେ। ସେହିପରି ସରବଜୋତ ସିଂହ ମଧ୍ୟ ବ୍ୟକ୍ତିଗତ ରେକର୍ଡ କରିଛନ୍ତି।

Leave a Reply

Your email address will not be published. Required fields are marked *