“ପାକିସ୍ତାନ ମୁର୍ଦ୍ଦାବାଦ, ହିନ୍ଦୁସ୍ତାନ ଜିନ୍ଦାବାଦ”

ହରଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ସୀମା ହାଇଦର

ପାକିସ୍ତାନର ଝିଅ କିନ୍ତୁ ମୁହଁରେ ପାକିସ୍ତାନ ମୁର୍ଦ୍ଦାବାଦର ନାରା। ଏହା କୌଣସି ରିଲରେ ନୁହେଁ ବରଂ ରିୟଲରେ ଏବେ ଦେଖିବାକୁ ମିଳିଛି । ତେବେ ଏପରି କହୁଥିବା ମହିଳା ଜଣକ ଆଉ କେହି ନୁହେଁ ବରଂ ବହୁ ଚର୍ଚ୍ଚିତ ସୀମା ହାଇଦର । ଯିଏ କିଛି ଦିନ ତଳେ ପ୍ରେମିକ ସଚିନଙ୍କ ପାଇଁ ପାକିସ୍ତାନରୁ ଭାରତକୁ ଚାଲି ଆସିଥିଲେ । ତେବେ ଆଜି ସ୍ୱାଧୀନତା ଦିବସ ଅବସରରେ ଭାରତରେ ଥିବା ବେଳେ ପାକିସ୍ତାନ ମୁର୍ଦାବାଦ କହିଛନ୍ତି ସୀମା ହାଇଦର ।

ଖାଲି ସେତିକି ନୁହେଁ ବରଂ ଭାରତ ସରକାରଙ୍କ ହର୍ ଘର୍ ତିରଙ୍ଗା ଅଭିଯାନରେ ମଧ୍ୟ ସୀମା ଏବେ ସାମିଲ ହୋଇଥିବା ଏଖିବାକୁ ମିଳିଛି । ତ୍ରିରଙ୍ଗା ସାଢ଼ି ପିନ୍ଧିବା ସହ ମୁଣ୍ଡରେ ବାନ୍ଧିଛନ୍ତି ‘ଜୟ ମାତାଦି’ର କପଡ଼ା । ସଚିନ ଓ ପଡ଼ୋଶୀଙ୍କ ସହ ଏକାଠି ହୋଇ ଭାରତ ମାତାଙ୍କ ଜୟଗାନ କରିଛନ୍ତି ।ପାକିସ୍ତାନ ମୁର୍ଦ୍ଦାବାଦ ନାରା ଦେବା ସହ ହିନ୍ଦୁସ୍ଥାନ ଜିନ୍ଦାବାଦ ନାରା ମଧ୍ୟ ଦେଇଛନ୍ତି । ଯାହାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଥିବା ଏଖିବାକୁ ମିଳିଛି ।