ଇରାନ ଆତଙ୍କୀ ଆଡ୍ଡାରେ ମିସାଇଲ ମାଡ଼ କଲା ପାକିସ୍ତାନ

ପାକିସ୍ତାନର ପାଲଟା ଜବାବ

ପାକିସ୍ତାନର ପାଲଟା ଜବାବ । ଇରାନ ଆତଙ୍କୀ ଆଡ୍ଡାରେ ମିସାଇଲ ମାଡ଼ କଲା ପାକିସ୍ତାନ । ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ଇରାନ୍ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ହମଲା କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ଇରାନ ଏୟାରଷ୍ଟ୍ରାଇକର କଡ଼ା ଜବାବ ଦେଇଛି ପାକିସ୍ତାନ । ଇରାନର ୭ଟି ଆତଙ୍କବାଦୀ ଆଡ୍ଡା ଉପରେ ମିସାଇଲ ଆକ୍ରମଣ କରିଛି । ଇରାନର ବଲୁଚିସ୍ତାନ ଲିବେରିସନ ଆର୍ମିକୁ ପାକ ସେନା ଟାର୍ଗେଟ କରିଛି। ପାକିସ୍ତାନର ଅଭିଯୋଗ ଅନୁସାରେ ଇରାନରେ ବଲୁଚିସ୍ତାନ ଲିବେରିସନ ଆର୍ମି ଓ ବଲୁଚିସ୍ତାନ ଲିବେରିସନ ଫୋର୍ସ ସକ୍ରିୟ ରହିଛି । ତେବେ ପାକିସ୍ତାନର ଏୟାରଷ୍ଟ୍ରାଇକ ନେଇ ଦୁଇ ଦେଶ ସରକାରୀ ଭାବେ କୈଣସି ସୂଚନା ଦେଇନାହାନ୍ତି ।