ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଜମ୍ମୁ ଆର୍ନିଆରେ ପାକିସ୍ତାନ ମୋର୍ଟାର ମାଡ଼

ପୁଣି ଅମାନିଆ ହେଲା ପାକିସ୍ତାନ । ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ । ଜମ୍ମୁ ଆର୍ନିଆ ଅଞ୍ଚଳରେ ବିଏସଏଫ ପୋଷ୍ଟ ଉପରେ ପାକିସ୍ତାନ ମୋର୍ଟାର ମାଡ଼ କରିଥିବା ସୂଚନା । ପାକିସ୍ତାନ ରେଞ୍ଜର୍ସ ମାନେ ଗୁଳିମାଡ଼ କରିଥିବା ତଥ୍ୟ ସାମ୍ନାକୁ ଆସିଛି । ପାକିସ୍ତାନର ଆକ୍ରମଣରେ ଜଣେ ବିଏସଏଫ ଯବାନଙ୍କ ସହ ତିନି ଜଣ ନାଗରିକ ଆହତ ହୋଇଛନ୍ତି । ପୂରା ସେକ୍ଟରରେ ପାକିସ୍ତାନ ସେନା ଗୁଳିମାଡ଼ କରିଥିବା ସୂଚନା ମିଳିଛି । ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଇଛନ୍ତି ବିଏସଏଫ ଯବାନ । ବିଏସଏଫର ପାଲଟା କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ୨ଟି ଓ୍ବାଚ୍ ଟାଓ୍ବାର ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି । ସୀମାରେ ହାଇଆଲର୍ଟ ଜାରି କରାଯାଇଥିବାବେଳେ ଗାଁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି ।