ମାଗଣା ରହିବନି ହ୍ବାଟ୍ସଆପ୍ !

ହ୍ବାଟ୍ସଆପ୍ ପାଇଁ ଦେବାକୁ ହେବ ଟଙ୍କା !

ଆଉ ମଗଣା ସେବା ଦେବନି ହ୍ୱାଟ୍ସଆପ୍ । ଏଣିକି ହ୍ୱାଟ୍ସଆପ୍ ଚଲାଇବା ପାଇଁ ଦେବାକୁ ପଡିବ ଟଙ୍କା । ଗତ କିଛି ମାସ ପୂର୍ବରୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନେକ ପ୍ରକାର ପରିବର୍ତ୍ତନ ଦେଖିବାକୁ ମିଳିଛି । ଯେଉଁଥିରେ ପେଡ୍ ସବସ୍କ୍ରିପସନ୍ ମଧ୍ୟ ଅନ୍ତର୍ଭୁକ୍ତ । ଗୋଟିଏ ପଟେ ସୋସିଆଲ ମିଡିଆ ଏକ୍ସ ଏହାର ସେବା ପାଇଁ  ଟଙ୍କା ଚାର୍ଜ କରିବା ଆରମ୍ଭ କରିଥିବା ବେଳେ ଇନଷ୍ଟାଗ୍ରାମ ବର୍ତ୍ତମାନ ବ୍ଲୁଟିକ୍ ପାଇଁ ଟଙ୍କା ଆଦାୟ କରୁଛି । ଆଉ ଏହାରି ଭିତରେ ବହୁଳ ବ୍ୟବହାର ହେଉଥିବା ଆପ୍ ବା ଚାର୍ଟିଂ ପ୍ଲାଟଫର୍ମ ‘ହ୍ୱାଟ୍ସଆପ୍’ ମଧ୍ୟ ଖୁବ୍ ଶୀଘ୍ର ଏହି ସମାନ ମାର୍ଗ ଆପଣାଇବାକୁ ଯାଉଛି । କୁହାଯାଉଛି କି , ଆଉ କିଛି ଦିନ ପରେ ହ୍ୱାଟ୍ସଆପରେ ସବସ୍କ୍ରିବସନ୍ ପ୍ଲାନ୍ ଆସିବାକୁ ଯାଉଛି, ଯେଉଁଥିରେ ବ୍ୟବହାରକାରୀଙ୍କୁ ଏକ ନିର୍ଦ୍ଦିଷ୍ଟ ଦେୟ ଭରିବାକୁ ପଡିବ  । ନିକଟରେ ହ୍ୱାଟ୍ସଆପ୍ ତରଫରୁ ଏନେଇ ନିଷ୍ପତି ନିଆଯାଇଛି । ଯାହା କି, କମ୍ପାନୀ ଆଉ ବେଶିଦିନ ଯାଏଁ ମାଗଣା ସେବା ଦେବ ନାହିଁ ବରଂ ୟୁଜର୍ସ ମାନଙ୍କ ଠାରୁ ଦେୟ ନେଇ ସେବା ଯୋଗାଇବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି  । ଏହି କଥା ସବୁ ୟୁଜର୍ସଙ୍କୁ ଚିନ୍ତାରେ ପକାଇବ ଦେବ କାରଣ ଏପରି କେହି ବ୍ୟକ୍ତି ନଥିବେ ଯାହାଙ୍କ ସ୍ମାର୍ଟଫୋନରେ ହ୍ୱାଟ୍ସଆପ୍ ନଥିବ । ଯଦି ଏପରି ପ୍ଲାନ୍ ହ୍ୱାଟ୍ସଆପ୍ ପକ୍ଷରୁ ଆରମ୍ଭ ହେବ ତେବେ ମାସିକିଆ ବା ବର୍ଷିକିଆ ସବସ୍କ୍ରିବସନ୍ ପ୍ଲାନ୍ ରହିପାରେ ବୋଲି ଆଲୋଚନା କରାଯାଉଛି । ଏହି ଦେୟ ଯୁକ୍ତ ପ୍ଲାନ୍ ଲାଗୁ ହେବା ପାଇଁ କିଛି ମାସ ଅବା ଆସନ୍ତା ବର୍ଷର ପ୍ରଥମ ମାସରୁ ଲାଗୁ ହୋଇପାରେ । ଆହୁରି କୁହାଯାଉଛି କି, ଯଦି ଆପଣଙ୍କୁ ହ୍ୱାଟ୍ସଆପରେ ବିଜ୍ଞାପନରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି , ତେବେ ଆପଣଙ୍କୁ ଅଲଗା ଏକ ସବସ୍କ୍ରିବସନ୍ ପ୍ଲାନ୍ କିଣିବାକୁ ପଡିବ  । କମ୍ପାନୀ ଅନ୍ୟ କୌଣସି ସେବା ପାଇଁ  ଦେୟ ଚାର୍ଜ ନ କଲେ ବି ଆପଣଙ୍କୁ ବିଜ୍ଞାପନ ବିହୀନ ହ୍ୱାଟ୍ସଆପ୍ ଚଲାଇବାକୁ ହେଲେ ଏହି ପ୍ଲାନ୍ ପାଇଁ ଟଙ୍କା ଦେବାକୁ ପଡିପାରେ  ।  ଏହି ପ୍ଲାନ୍ ପ୍ରଥମେ ଆମେରିକା ଏବଂ କାନାଡାରୁ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି  ।