ପୁରୁଣା ସଂସଦ ଭବନରେ ଶେଷ କାର୍ଯ୍ୟଦିବସ

କାଲିଠୁ ନୂଆ ସଂସଦ ଭବନରେ ବସିବେ ସାଂସଦ

ଆସନ୍ତାକାଲି ଠାରୁ ଆଉ ସଂସଦର ପୁରୁଣା ବିଲଡିଂରେ କୌଣସି ଅଧିବେଶନ ବସିବ ନାହିଁ । ସ୍ୱାଧୀନତା ପରଠାରୁ ପୁରୁଣା ବିଲଡିଂରେ ହିଁ ସଂସଦର କାର୍ଯ୍ୟ ସବୁ କରାଯାଉଥିଲା । କିନ୍ତୁ ମଙ୍ଗଳବାରଠୁ ସଂସଦର ନୂଆ ବିଲଡିଂରେ ସାଂସଦମାନେ ବସିବେ । ଉଭୟ ଲୋକସଭା ଓ ରାଜ୍ୟସଭାର ସ୍ୱତନ୍ତ୍ର ଅଧିବେଶନ କାଲି ଠାରୁ ୨୨ ତାରିଖ ଯାଏ ନୂଆ ବିଲଡିଂରେ ଚାଲିବ । ପୁରୁଣା ବିଲଡିଂ ଅନେକ ଐତିହାସିକ ନିଷ୍ପତ୍ତିର ସାକ୍ଷୀ ବନିଥିଲା । ଏହି ବିଲଡିଂରେ ଦେଶର ସମ୍ବିଧାନକୁ ଗ୍ରହଣ କରାଯାଇଥିଲା। ୧୯୨୭ରେ ଏହାର ନିର୍ମାଣ କାମ ଶେଷ ହୋଇଥିବା ବେଳେ ଏହାକୁ ଇତି ମଧ୍ୟରେ ୯୬ ବର୍ଷ ବିତି ଗଲାଣି ।