ଦିଲ୍ଲୀର ଦୁଇ ପ୍ରତିଷ୍ଠିତ ମସଜିଦକୁ ନୋଟିସ୍। ୧୫ ଦିନ ମଧ୍ୟରେ ଜବର ଦଖଲ ଉଚ୍ଛେଦ କର । ଉତ୍ତରାଞ୍ଚଳ ରେଳବାଇ ପ୍ରଶାସନ ଏନେଇ ନୋଟିସ୍ ଜାରି କରିଛି। ଏହି ମସ୍ଜିଦ୍ ୨ଟି ହେଉଛି: ବେଙ୍ଗଲି ମାର୍କେଟ୍ ମସ୍ଜିଦ୍ ଓ ବାବର ଶାହା ଟାକିଆ ମସ୍ଜିଦ୍। ରେଳବାଇ କର୍ତ୍ତୃପକ୍ଷ ଚେତାବନୀ ଦେଇଛନ୍ତି ଯେ, ଯଦି ଧାର୍ଯ୍ୟ ସମୟସୀମା ମଧ୍ୟରେ ଜବରଦଖଲ ହଟାନଯାଏ, ତେବେ ସେମାନେ ଆଇନଗତ ପଦକ୍ଷେପ ନେବେ।
ଜାରି କରାଯାଇଥିବା ବିଜ୍ଞପ୍ତିରେ ରେଳ ପ୍ରଶାସନ କହିଛି ଯେ, ସେମାନଙ୍କ ଜମି ବେଆଇନ ଭାବେ ଜବରଦଖଲ କରାଯାଇଛି ଏବଂ ସେମାନେ ସମ୍ପୃକ୍ତ ସମ୍ପତ୍ତିରେ ନିର୍ମିତ କୌଣସି ଅନଧିକୃତ କୋଠା, ମନ୍ଦିର, ମସଜିଦକୁ ହଟାଇବା ପାଇଁ ଅନୁରୋଧ କରାଯାଇଛି। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଯଦି ମସ୍ଜିଦ୍ ତରଫରୁ ଜବରଦଖଲ ଉଚ୍ଛେଦ ନ କରାଯାଏ ତେବେ ସେମାନେ ଜବରଦଖଲ ଜମି ନେବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। କୁହାଯାଉଛି କି ବାବର ଶାହ ଟାକିୟା ମସ୍ଜିଦ୍ ହେଉଛିଉ ୪୦୦ ବର୍ଷର ପୁରାତନ ।