ସିଏଏ ସମ୍ପର୍କରେ ଜବାବ ରଖିବାକୁ ସରକାରକୁ ତିନି ସପ୍ତାହ ଦେଲେ ସୁପ୍ରିମକୋର୍ଟ

ସିଏଏ ଉପରେ ଲାଗିବନି ରୋକ: ସୁପ୍ରିମକୋର୍ଟ

ସିଏଏ ଉପରେ ରୋକ୍ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ । ନାଗରିକତା ସଂଶୋଧନ ଆଇନ୍ ବିରୋଧରେ ଦାଖଲ ହେଇଥିବା ୨ ଶହରୁ ଅଧିକ ଆବେଦନର ଶୁଣାଣି କରି ଏଭଳି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ ସିଏଏକୁ ନେଇ କୌଣସି ବି ପ୍ରକାର ରୋକ୍ ଲଗାଇବାକୁ ସିଧା ସିଧା ମନା କରିଦେଇଛନ୍ତି । ଏଥିସହିତ କେନ୍ଦ୍ର ସରକାର ସିଏଏ ସମ୍ପର୍କରେ ଜବାବ ରଖିବାକୁ ୪ ସପ୍ତାହ ସମୟ ମାଗିଥିଲେ ବି, କୋର୍ଟ କେନ୍ଦ୍ର ସରକାରଙ୍କୁ ୩ ସପ୍ତାହ ସମୟ ଦେଇଛନ୍ତି । ଏହି ଶୁଣାଣି ସମୟରେ କୋର୍ କହିଛନ୍ତି ଯେ, ସିଏଏ କୌଣସି ବ୍ୟକ୍ତିର ନାଗରିକତା ଛିନ୍ନ କରୁନି । ଏହାସହ କେନ୍ଦ୍ର ସରକାର ମଧ୍ୟ ସମସ୍ତ ଆବେଦନ ଉପରେ ଜବାବ୍ ଦେବାକୁ ସମୟ ମାଗିଛି । ତେବେ କେନ୍ଦ୍ର ସରକାର ତରଫରୁ କେସ୍ ଲଢୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ, ୨୦ଟି ଆବେଦନର ଉପରେ ଜବାବ ଦାଖଲ କରିବାକୁ ତାଙ୍କୁ ୪ ସପ୍ତାହ ସମୟ ଲାଗିବ । ସୂଚନା ଅନୁସାରେ, ୨୦୧୯ ମସିହା ଡିସେମ୍ବର ୧୧ ତାରିଖରେ ସିଏଏକୁ ଭାରତର ସଂସଦରେ ପାରିତ କରାଯାଇଥିଲା । ସେତେବେଳେ ଏହି ଆଇନକୁ ନେଇ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏହି ଆଇନ୍ ଅନୁସାରେ, ଆଫଗାନିସ୍ତାନ, ବାଂଲାଦେଶ, ପାକିସ୍ତାନର ହିନ୍ଦୁ, ଶିଖ୍, ଜୈନ, ପାର୍ଶୀ, ବୌଦ୍ଧ ଓ ଇସାଇଙ୍କୁ ଭାରତୀୟ ନାଗରିକତା ଦେବାକୁ ନିୟମ ରହିଥିଲା ।