ଦେଶର ସବୁ କୋର୍ଟଙ୍କୁ ସର୍ବୋଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ

ଭର୍ଚୁଆଲ୍ ଶୁଣାଣି ପାଇଁ ମନା କରିପାରିବେନି ବିଚାରପତି: ସୁପ୍ରିମକୋର୍ଟ

ଭର୍ଚୁଆଲ୍‌ ଶୁଣାଣିକୁ କେହି କହିପାରିବେନି ନା । ଦେଶର ସମସ୍ତ ହାଇକୋର୍ଟକୁ ଅନୁରୋଧ କରି ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ ଭାରତର ପ୍ରତ୍ୟେକ ବିଚାରପତି ବୈଷୟିକ ଜ୍ଞାନକୌଶଳରେ ଦକ୍ଷ ହେବା ଆବଶ୍ୟକ । ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଶୁଣାଣି ପାଇଁ ଭିଡିଓ କନଫରେନ୍‌ସିଂ ବ୍ୟବହାରକୁ ସମ୍ପୂର୍ଣ୍ଣ ରୂପେ ତ୍ୟାଗ କରିଛନ୍ତି ବୋଲି ଅଭିଯୋଗ କରି ଏକ ପିଟିସନର ଶୁଣାଣି କରି କୋର୍ଟ ଏହା କହିଛନ୍ତି । ଏହି ପ୍ରସଙ୍ଗରେ ପୂର୍ବ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଦେଶର ସମସ୍ତ ହାଇକୋର୍ଟ ଓ ଟ୍ରିବ୍ୟୁନାଲକୁ ନୋଟିସ ଜାରି କରିଥିଲେ । ଏଥିସହ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଆଜି ସ୍ପଷ୍ଟ କରି ଦେଇଛନ୍ତି ଯେ ଭର୍ଚୁଆଲ ଶୁଣାଣି ପାଇଁ କୌଣସି ହାଇକୋର୍ଟ ମନା କରିପାରିବେ ନାହିଁ ।