ସଂଖ୍ୟା ଅଭାବରୁ କାଟ୍ ଖାଇଲା ଅନାସ୍ଥା ପ୍ରସ୍ତାବ

ବାଚନିକ ଭୋଟ୍ ରେ କାଟ୍ ଖାଇଲା ଅନାସ୍ଥା ପ୍ରସ୍ତାବ

ମୋଦି ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ବାଚନିକ ଭୋଟରେ କାଟ୍ ଖାଇଛି । ମଣିପୁର ହିଂସାକୁ ନେଇ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ସଂଖ୍ୟା ଅଭାବରୁ କାଟ୍ ଖାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ପରେ ଲୋକସଭାରେ ପ୍ରସ୍ତାବ ଉପରେ ଭୋଟ୍ ହୋଇଥିଲା । ଅନ୍ଯପକ୍ଷରେ ଆସନ୍ତାକାଲି ପାଇଁ ଲୋକସଭାକୁ ମୁଲତବୀ ରଖାଯାଇଛି । ତିନି ଦିନ ଧରି ଲୋକସଭାରେ ଚାଲିଥିବା ଅନାସ୍ଥ ପ୍ରସ୍ତାବ ଉପରେ ଆଜି ନିଜ ଅଭିଭାଷଣ ରଖିଥିଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରାୟ ଦୁଇ ଘଣ୍ଟା ଧରି ପ୍ରଧାନମନ୍ତ୍ରୀ ଅଭିଭାଷଣ ଦେଇଥିଲେ । ପ୍ରଧାନମନ୍ତ୍ରୀ ନିଜ ଭାଷଣରେ ବିରୋଧୀ ଦଳଙ୍କ ଉପରେ ଜୋରଦାର ଆକ୍ରମଣ କରିଥିଲେ । ବିରୋଧୀ ପକ୍ଷକୁ ଟାର୍ଗେଟ୍ କରି ସେ କହିଥିଲେ ଯେ,ବିରୋଧି ଦଳ ପ୍ରସଙ୍ଗ ଖୋଜି ପାରୁନାହାନ୍ତି । ସେମାନଙ୍କ ପାଖରେ କିଛି ଇନୋଭେସନ୍ ନାହିଁ ,ସୃଜନାତ୍ମକତାର ଅଭାବ ରହିଛି । ବିରୋଧୀ ପକ୍ଷକୁ ଟାର୍ଗେଟ୍ କରି ସେ କହିଥିଲେ ଯେ, ମୁଁ ବିରୋଧୀ ଦଳଙ୍କୁ କହିବାକୁ ଚାହୁଁଛି ଯେ, ଆଗାମୀ ଥର ଟିକିଏ ପ୍ରସ୍ତୁତି କରି ପ୍ରସ୍ତାବ ଆଣିବେ । ୨୦୨୮ରେ ଅନାସ୍ଥା ପ୍ରସ୍ତାବ ଆଣନ୍ତୁ । ଅନ୍ଯପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ମଝିରେ ବିରୋଧୀ ପକ୍ଷ ସଦନରୁ କକ୍ଷତ୍ଯାଗ କରିଥିଲେ । ପ୍ରସ୍ତାବ କାଟ୍ ଖାଇବା ପରେ ସଂସଦ ବାହାରେ ବିରୋଧୀ ଦଳ ନେତା ନିଜ ପ୍ରତିକ୍ରିୟା ରଖି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ସମସ୍ତ ବିଷୟ ବାବଦରେ କହିଲେ କିନ୍ତୁ ମଣିପୁର ବାବଦରେ କିଛି ମଧ୍ଯ କହିଲେ ନାହିଁ । ଏନସିପିର ସୁପ୍ରିୟା ସୁଲେ କହିଥିଲେ ଯେ,ପ୍ରଧାନମନ୍ତ୍ରୀଙ୍କ ଭାଷଣର ସିଂହଭାଗ ବିରୋଧୀ ମେଣ୍ଟକୁ ଟାର୍ଗେଟ କରିବାରେ ଯାଇଛି ।