ମୁଖ୍ୟମନ୍ତ୍ରୀ ଭାବେ ପୁଣି ଶପଥ ନେଇଛନ୍ତି ନୀତୀଶ କୁମାର

ସକାଳେ ଇସ୍ତଫା, ସନ୍ଧ୍ୟାରେ ଶପଥ

ସକାଳେ ଇସ୍ତଫା, ସନ୍ଧ୍ୟାରେ ଶପଥ। ବିହାର ରାଜନୀତିରେ ରୋଚକ ଘଟଣା। ମୁଖ୍ୟମନ୍ତ୍ରୀ ଭାବେ ପୁଣି ଶପଥ ନେଇଛନ୍ତି ନୀତୀଶ କୁମାର। ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ନୀତୀଶଙ୍କୁ ଶପଥପାଠ କରାଇଲେ ରାଜ୍ୟପାଳ। ରାଜଭବନରେ ଆଜି ଅପରାହ୍ନରେ ନୀତୀଶଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ବିହାର ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର। ଏଥର NDA ସମର୍ଥନରେ ନୀତୀଶ ହେଲେ ମୁଖ୍ୟମନ୍ତ୍ରୀ। ସେହିପରି ବିଜେପିରୁ ସମ୍ରାଟ ଚୌଧୁରୀ ଓ ବିଜୟ କୁମାର ସିହ୍ନା ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ନୂଆ ସରକାରକୁ ବିଜେପିର-୭୮,ଜେଡିୟରୁ-୪୫ ,ହାମର-୪ ଓ ଜଣେ ସ୍ୱାଧୀନ ବିଧାୟକ ସମର୍ଥନ ଦେଇଛନ୍ତି । ନୀତୀଶ କୁମାରଙ୍କ ସହ ଅନ୍ୟ ୮ଜଣ ମନ୍ତ୍ରୀ ଭାବେ ଶପଥ ନେଇଛି । ବିଜେପିର ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସେହିପରି ବିଜେପିରୁ ୩ଜଣ, ଜେଡିୟୁରୁ ୩ ଜଣ, ହାମରୁ ଜଣେ ଓ ଜଣେ ସ୍ୱାଧୀନ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତେବେ ନୀତୀଶଙ୍କ ପଟ୍ଟ ପରିବର୍ତ୍ତନ ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ୨୦୨୨ରେ ବିଜେପିକୁ ଛାଡି ଆରଜେଡି-କଂଗ୍ରେସ ସହ ହାତ ମିଳାଇଥିଲେ ନୀତୀଶ । କିନ୍ତୁ ସମ୍ପର୍କ ଖରାପ ହେବା ପରେ ବିହାରରେ ମେଣ୍ଟ ଭାଙ୍ଗିବ ବୋଲି ଆଲୋଚନା ଚାଲିଥିଲା । ଆଉ ରବିବାର ସକାଳେ ରାଜନୈତିକ ଘଟଣାକ୍ରମ ବଦଳିବା ଆରମ୍ଭ ହୋଇଥିଲା । ରାଜ୍ୟ ରାଜନୀତିରେ ପୁଣି ପଲଟୁ ମାରିଥିଲେ ଜେଡିୟୁ ମୁଖ୍ୟ ନୀତୀଶ କୁମାର । ଆରଜେଡି ଓ କଂଗ୍ରେସ ସହ ମେଣ୍ଟ ଭାଙ୍ଗି ପୁଣି ଏନଡିଏକୁ ଫେରି ସମସ୍ତଙ୍କୁ ଚମକାଇ ଦେଇଥିଲେ ବିହାର ମୁଖ୍ୟମନ୍ତ୍ରୀ । ନୀତୀଶ କୁମାର ରାଜଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେଇଥିଲେ । ଇସ୍ତଫା ଦେବା ପରେ ନୀତୀଶ କହିଥିଲେ, ସରକାରରେ କିଛି ଠିକଠାକ ଚାଲିନଥିଲା । ଲୋକ ଓ ଦଳର ରାୟ ଶୁଣିବା ପରେ ଇସ୍ତଫା ଦେଇଛି ।