ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର

ଦଳର ନିଷ୍ପତ୍ତି ଆଧାରରେ ଇସ୍ତଫା ଦେଲି: ନୀତୀଶ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର । ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆଲକରଙ୍କୁ ଭେଟି ଇସ୍ତଫା ଦେଇଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର । ସନ୍ଧ୍ୟାରେ ସିଏମ ପଦ ପାଇଁ ନେବେ ଶପଥ । କିଛି ସମୟ ପରେ ନୀତୀଶଙ୍କ ଘରେ ଏନଡିଏ ବୈଠକ ରହିଛି । ଇସ୍ତଫା ଦେବା ପୂର୍ବରୁ ଜନତା ଦଳ ୟୁନାଇଟେଡର ବିଧାୟକ ଓ ବରିଷ୍ଠ ନେତାଙ୍କୁ ସାକ୍ଷାତ କରିଥିଲେ। ବୈଠକରେ ଅଗାମୀ ରଣନୀତିକୁ ନେଇ ଚର୍ଚ୍ଚା ହେବା ସହ ନିଜ ଇସ୍ତଫା ଦେବା ନେଇ ସେ ବିଧାୟକଙ୍କୁ ଜଣାଇଥିଲେ। ଏନେଇ ବିଧାୟକମାନେ ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ। ସନ୍ଧ୍ୟାରେ ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ପୁଣି ଶପଥ ନେବେ । ବିଜେପିର ନୂଆ ଫର୍ମୂଲାରେ ଦୁଇ ନେତାଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ଦିଆଯାଇପାରେ ବୋଲି କୁହାଯାଉଛି । ଇସ୍ତଫା ଦେବା ପରେ ପ୍ରତିକ୍ରିୟା ଦେଇଛନ୍ତି ନୀତୀଶ । ସେ କହିଛନ୍ତି, ‘ଆଜି ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି। ସରକାର ଶେଷ କରିବା ନେଇ ନିଷ୍ପତ୍ତି ନେଇଛି। ସବୁଆଡୁ ରାୟ ଆସୁଥିଲା। ସରକାର ଭଙ୍ଗ ପାଇଁ ପ୍ରସ୍ତାବ ଦେଇଛି । ଦଳର ନିଷ୍ପତ୍ତି ଆଧାରରେ ମୁଁ ଇସ୍ତଫା ଦେଇଛି ବୋଲି କହିଛନ୍ତି ନୀତୀଶ ।