କେରଳରେ ସଂକ୍ରମିତଙ୍କ ସଂଖ୍ୟା ୫ଛୁଇଁଲା !
କେରଳରେ ବ୍ୟାପିବାରେ ଲାଗିଛି ନିପା ଭାଇରସ । ଯାହାକୁ ନେଇ ଏବେ କେରଳବାସୀଙ୍କ ଚିନ୍ତା ବଢିଛି । କେରଳରେ ସଂକ୍ରମିତଙ୍କ ସଂଖ୍ୟା ଏବେ ୫ରେ ପହଞ୍ଚିଛି । ଯାହାକୁ ନେଇ ବ୍ୟସ୍ତ ହୋଇପଡିଛି ସ୍ୱାସ୍ଥ୍ୟ ବିଭାଗ । ତେବେ କିଛିଦିନ ଶାନ୍ତପଡିଥିବା ଏହି ନିପା ଭାଇରସ ପୁଣି ଠାରେ ଉଗ୍ର ହେବାରେ ଲାଗିଛି । ଏହି ନିପା ଭାଇରସ ଯୋଗୁଁ କୋଝିକୋଡରେ ଦୁଇ ଦିନ ଲାଗି ସ୍କୁଲ କଲେଜ ବନ୍ଦ ରଖାଯାଇଛି । କୋଝିକୋଡର ଜଣେ ସ୍ବାସ୍ଥ୍ୟ କର୍ମୀ ନିପା ସଂକ୍ରମିତ ହୋଇଥିବା ନେଇ ସୂଚନା ଦେଇଛନ୍ତି କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ । ବର୍ତ୍ତମାନ କଣ୍ଟାକ୍ଟ ଲିଷ୍ଟରେ ୭୦୬ ଜଣ ଥିବା ସୂଚନା ମିଳିଛି ।
ସେମାନଙ୍କ ମଧ୍ୟରୁ ୭୭ ଜଣ ହାଇରିସ୍କ କାଟେଗୋରୀରେ ଥିବାବେଳେ ୧୫୩ ଜଣ ସ୍ବାସ୍ଥ୍ୟ କର୍ମୀ ରହିଛନ୍ତି । ବର୍ତ୍ତମାନ ୧୩ ଜଣ ସନ୍ଦିଗ୍ଧ ରୋଗୀଙ୍କୁ ହସ୍ପିଟାଲରେ ରଖାଯାଇଛି । ହାଇରିସ୍କ କାଟେଗୋରୀରେ ଥିବା ବ୍ୟକ୍ତିମାନେ ଘରେ ରହିବା ଲାଗି ସରକାର ପରାମର୍ଶ ଦେଇଛନ୍ତି । ସୂଚନା ଅନୁସାରେ ନିପା ଭାଇରସ ସାଧାରଣତଃ ବାଦୁଡି ଓ ଘୁଷୁରିଙ୍କ ଠାରୁ ମଣିଷଙ୍କ ନିକଟକୁ ଯାଇଥାଏ । ଏହା ସହ ସଂକ୍ରମିତ ଖାଦ୍ୟ ବା ପାରସ୍ପରିକ ସମ୍ପର୍କ ଜରିଆରେ ପ୍ରସାରିତ ହୋଇଥାଏ । ତେବେ କେରଳରେ ବ୍ୟାପୁଥିବା ହି ନିପା ଭାଇରସକୁ ନି ଏବେ ଚିନ୍ତା ବଢିଛି । ଆଗାମୀ ଦିନରେ ଉଚିତ ପଦକ୍ଷେପ ଗ୍ରହଣ କରାନଗଲେ ଏହା ଭୟଙ୍କର ରୂପ ଧାରଣ କରିବ ବୋଲି ବିଶେଷଜ୍ଞ ମତ ରଖିଛନ୍ତି ।
