କେରଳକୁ ‘ନିପା’ ରିଟର୍ଣ୍ଣ !

‘ନିପା’କୁ ନେଇ ଭୟଭୀତ କେରଳବାସୀ !

ପୁଣି କେରଳକୁ କାଳ ହୋଇ ଫେରିଛି ନିପା । କିଛିଦିନ ତଳେ କେରଳରେ ନିପା ଆତଙ୍କ ଦେଖିବାକୁ ମିଳିଥିବା ବେଲେ , ଏହି ରୋଗ ଅନେକ ଜୀବନ ନେଇଥିଲା । ଯାହା କରୋନା ଠାରୁ ମଧ୍ୟ ଭୟଙ୍କର ଥିଲା । ଏବେ କିଛିଦିନର ବ୍ଯବଧାନ ପରେ ପୁଣି ଏହି ରୋଗ କେରଳକୁ ରିଟର୍ଣ୍ଣ କରିଛି । ସୂଚନା ଅନୁସାରେ କେରଳର କୋଝିକୋଡ଼ ଜିଲ୍ଲାରେ ଜ୍ବରରେ ଦୁଇ ଜଣଙ୍କ ମୃତ୍ୟୁ ପରେ ପୁଣି ଥରେ ରାଜ୍ୟରେ ନିପା ଭାଇରସ ବ୍ୟାପିବା ଆଶଙ୍କା ଦେଖାଦେଇଛି।ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଆଲର୍ଟରେ ରହିଛି । ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ନେଇ ସମୀକ୍ଷା କରିଛନ୍ତି କେରଳ ସ୍ବାସ୍ଥ୍ୟ ମନ୍ତ୍ରୀ । ଏଥିସହ ଏକ କେନ୍ଦ୍ରୀୟ ଟିମ୍‌ କେରଳ ପଠାଇଯାଇଛି  ।

ଉଭୟଙ୍କ ମୃତ୍ୟୁ ଏକ ଘରୋଇ ହସପିଟାଲରେ ହୋଇଛି । ନିପା ଭାଇରସ ଯୋଗୁଁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଜଣେ ମୃତକଙ୍କ ସଂପର୍କୀୟଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ସେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ମୃତକଙ୍କ ନମୁନା ପରୀକ୍ଷା ପାଇଁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ପଠାଯାଇଥିବା ମଧ୍ୟ ଏଖିବାକୁ ମିଳିଛି ।ଜୀବଜନ୍ତୁଙ୍କଠାରୁ ମଣିଷଙ୍କୁ ବ୍ୟାପେ ନିପା ଭାଇରସ । ବିଶେଷ କରି ବାଦୁଡ଼ିଠୁ ଏହା ବ୍ୟାପୁଥିବା କୁହାଯାଉଥିବା ବେଳେ ସଂକ୍ରମିତଙ୍କୁ ପ୍ରବଳ ଜ୍ବର, ମୁଣ୍ଡବିନ୍ଧା, ଶ୍ବାସକ୍ରିୟାରେ ସମସ୍ୟା ହୁଏ । ତେବେ ଯଦି କେରଳକୁ ପୁଣି ହି ନିପା ଫେରିଥାଏ ଆଗାମୀ ଦିନରେ ଏହା ଅନେକ ସଙ୍କଟ ଉପୁଯାଇବ ବୋଲି ସନ୍ଦେହ ହେଉଛି ।