ଚନ୍ଦ୍ରପୃଷ୍ଠରୁ ଆସିଲା ନୂଆ ଫୋଟୋ

ପ୍ରଜ୍ଞାନ ପଠାଇଲା ବିକ୍ରମ ଲ୍ୟାଣ୍ଡରର ସୁନ୍ଦର ଫୋଟୋ

ଚନ୍ଦ୍ରଯାନର ସଫଳ ଲ୍ୟାଣ୍ଡିଂ ପରେ ଏବେ ସକ୍ରିୟ ହୋଇଥିବା ରୋଭର ଲାଗିପଡିଛି ତଥ୍ୟ ସଂଗ୍ରହରେ । ଚନ୍ଦ୍ରପୃଷ୍ଠରୁ ପ୍ରତ୍ଯେକ ସମୟରେ ଟିକନିକ ତଥ୍ୟ ଦେଉଥିବା ପ୍ରଜ୍ଞାନ ପଠାଇଛି ଏକ ନୂଆ ଫୋଟୋ । ପ୍ରଥମ ଥର ପାଇଁ ଲ୍ୟାଣ୍ଡର ବିକ୍ରମର ଫଟୋ ପଠାଇଛି ରୋଭର ପ୍ରଜ୍ଞାନ । ଏହି ଫଟୋରେ ଦୁଇ ପେ’ ଲୋଡ ଚାଷ୍ଟେ ଓ ଇଲସା ବି ହେଲେ ଦୃଶ୍ୟମାନ । ‘ଚାଷ୍ଟେ’ ଅର୍ଥାତ୍ ଚନ୍ଦ୍ରାସ୍ ସରଫେସ୍ ଥର୍ମୋଫିଜିକାଲ ଏକ୍ସପେରିମେଂଟ । ଏହାର କାମ ଚନ୍ଦ୍ରପୃଷ୍ଠର ତାପମାତ୍ରାକୁ ପରଖିବା । ଦୁଇ ଦିନ ତଳେ ଏହି ଚାଷ୍ଟେରୁ ନିଆଯାଇଥିବା ତଥ୍ୟ ଇସ୍ରୋକୁ ପଠାଇଥିଲା ଚନ୍ଦ୍ରଯାନ ।

ଆଉ ଏକ ପେ’ଲୋଡ ହେଉଛି ‘ଇଲସା’ ଅର୍ଥାତ୍ ଦ ଇନଷ୍ଟୁମେଂଟ୍ ଫର ଲୁନାର ସେସ୍ମିକ୍ ଆକ୍ଟିଭିଟି । ଏହାର କାମ ହେଉଛି ଚନ୍ଦ୍ରପୃଷ୍ଟରେ ଭୂ-କମ୍ପ ନେଇ ତଥ୍ୟ ସଂଗ୍ରହ କରିବା । ଏହାଦ୍ୱାରା ଚନ୍ଦ୍ର ଭିତରେ ରହିଥିବା କ୍ରଷ୍ଟ ବା ଭିନ୍ନ ଭିନ୍ନ ଚଟ୍ଟାଣ ସମ୍ପର୍କରେ ତଥ୍ୟ ମିଳିପାରିବ । ପ୍ରଜ୍ଞାନ ଉଠାଇଥିବା ବିକ୍ରମର ଏହି ଫଟୋ ସେୟାର କରିଛି ଇସ୍ରୋ । ଏହି ଫଟୋରେ ଚନ୍ଦ୍ରପୃଷ୍ଠରେ ବିକ୍ରମ ଛିଡ଼ା ହୋଇଥିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି । ତେବେ ପ୍ରଜ୍ଞାନ ପଠାଉଥିବା ପ୍ରତୀତି ତଥ୍ୟକୁ ଚାତକ ପରି ଚାହିଁ ରହିଛନ୍ତି ଦେଶବାସୀ । ଆଉ ପ୍ରଥମଥର ବିକ୍ରମକୁ ଦେଖିବା ପରେ ବେସ ଉତ୍କଣ୍ଠିତ ହୋଇପଡିଛନ୍ତି ଇସ୍ରୋର ବୈଜ୍ଞାନିକମାନେ ।