ନିଟ୍ ୟୁଜି ପରୀକ୍ଷା ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ

ଶନିବାର ସୁଦ୍ଧା ନିଟ୍ ରେଜଲ୍ଟ

ନିଟ୍ ୟୁଜି ପରୀକ୍ଷା ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ନିର୍ଦ୍ଦେଶ । ଶନିବାର ଦ୍ୱିପହର ୧୨ଟା ସୁଦ୍ଧା ରେଜଲ୍ଟକୁ ଅନଲାଇନରେ ଅପଲୋଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତେବେ ବିବାଦରେ ଫସିଥିବା ନିଟ୍ ୟୁଜି ପରୀକ୍ଷା ମାମଲାରେ ସୁପ୍ରିମକୋର୍ଟ ଯାଞ୍ଚ ରିପୋର୍ଟ ମାଗିଛନ୍ତି । ଏବେ ଏହି ମାମଲାର ଶୁଣାଣି ଆସନ୍ତା ସୋମବାର ଦିନ ହେବ । ଏଥିସହ ୩ ଜଣିଆ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରିଛନ୍ତି । ଚିଫ୍ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ, ଜେବି ପାରଦୀବାଲା, ଓ ଜଷ୍ଟିସ୍ ମନୋଜ ମିଶ୍ରାଙ୍କର ତିନି ଜଣିଆ ଖଣ୍ଡପୀଠ ଏନେଇ ଶୁଣାଣି କରିଥିଲା । କୋର୍ଟରେ ଦୁଇ ପକ୍ଷର ଓକଲି ନିଜ ନିଜର ଦଲିଲ ଆଗତ କରିଥିଲେ । ଏହି ମାମଲାରେ ୪୦ ଜଣ ଅଧିକ ଆବେଦନକାରୀଙ୍କ ମାମଲାରେ ଶୁଣାଣି ହେଉଛି ।

Leave a Reply

Your email address will not be published. Required fields are marked *