୧୦୨ ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍
ସରିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ୨୧ ରାଜ୍ୟର ୧୦୨ ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ହେଲା ସିଲ୍ । ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହୋଇଛନ୍ତି ୬୦ ପ୍ରତିଶତ ମତଦାତା । ପଶ୍ଚିମବଙ୍ଗରେ ସନ୍ଧ୍ୟା ୫ ଟା ସୁଦ୍ଧା ୭୭.୫୭% ଭୋଟ୍ ରେକର୍ଡ କରାଯାଇଥିଲା । ଜାମ୍ମୁ କାଶ୍ମୀରରେ ୬୫.୦୮%, ମଧ୍ୟପ୍ରଦେଶରେ ୬୩.୨୫%, ବିହାରରେ ୪୬.୩୨%, ଛତିଶଗଡରେ ୬୩.୪୧%, ମହାରାଷ୍ଟ୍ରରେ ୫୪.୮୫%, ରାଜସ୍ଥାନରେ ୫୦.୨୭%, ତାମିଲନାଡୁରେ ୬୨.୦୨%, ଉତ୍ତରପ୍ରଦେଶରେ ୫୭.୫୪% ଏବଂ ଉତ୍ତରାଖଣ୍ଡରେ ୫୩.୫୬% ପଶ୍ଚିମବଙ୍ଗରେ ୭୭.୫୭% ଏବଂ ତ୍ରିପୁରାରେ ୭୬.୧୦% ମତଦାନ ହୋଇଛି । ଇଭିଏମରେ ସିଲ ହୋଇଛି ୮ କେନ୍ଦ୍ରମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଜଣେ ପୂର୍ବତନ ରାଜ୍ୟପାଳଙ୍କ ଭାଗ୍ୟ। କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, ଭୁପେନ୍ଦ୍ର ଯାଦବ, କିରଣ ରିଜିଜୁ, ଜିତେନ୍ଦ୍ର ସିଂ, ଅର୍ଜୁନରାମ ମେଘୱାଲ ଓ ସର୍ବାନନ୍ଦ ସୋନୱାଲଙ୍କ ଭଲି ମୋଦୀ ସରକାରଙ୍କ ହେଭିୱେଟ ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି । କଂଗ୍ରେସର ଗୌରବ ଗୋଗୋଇ, ଡିଏମକେର କାନ୍ନିମୋଝୀ, ତାମିଲନାଡୁ ବିଜେପି ମୁଖ୍ୟ କେ ଆନ୍ନାମଲାଇଙ୍କ ଭଳି ବହୁଚର୍ଚ୍ଚିତ ଚେହେରା ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଜନମତର ସାମ୍ନା କରିଛନ୍ତି ।