ଭୋଟ୍‌ ବଦଳରେ ନୋଟ୍‌ ଦେଲେ MLA-MP ଙ୍କ ବିରୋଧରେ ହେବ ମାମଲା

ଏଣିକି ନୋଟ ନେଇ ଭୋଟ ଦେଲେ କେସ

ଟଙ୍କା ନେଇ ଭୋଟ୍ ଦେବା ମାମଲାରେ ଐତିହାସିକ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସାଂସଦ ଓ ବିଧାୟକ ଟଙ୍କା ନେଇ ସଂସଦ କିମ୍ବା ବିଧାନସଭାରେ ଭୋଟ୍ କିମ୍ବା ଭାଷଣ ଦେଲେ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଚାଲିବ । ଅର୍ଥାତ୍ ଏଣିକି ସେମାନଙ୍କୁ ଏହି ମାମଲାରେ ଆଇନଗତ ସୁରକ୍ଷା ମିଳିବ ନାହିଁ । ଏହାସହ ସୁପ୍ରିମକୋର୍ଟ ୧୯୯୮ରେ ଦେଇଥିବା ନିଷ୍ପତିକୁ ବି ବଦଳାଇଛନ୍ତି । ଟଙ୍କା ନେଇ ଭୋଟ୍ ଦେବା ମାମଲାରେ ସୋମବାର ଐତିହାସିକ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସାଂସଦ ଓ ବିଧାୟକ ଟଙ୍କା ନେଇ ସଂସଦ କିମ୍ବା ବିଧାନସଭାରେ ଭୋଟ୍ କିମ୍ବା ଭାଷଣ ଦେଲେ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଚାଲିବ । ଏପରିକି ଏସଂପର୍କିତ ୧୯୯୮ର ରାୟକୁ ବଦଳାଇ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ସମ୍ବିଧାନର ଧାରା ୧୦୫ର ସେକ୍ସନ ୨ରେ ସାଂସଦ ଓ ବିଧାୟକଙ୍କ ପାଇଁ ବିଶେଷ ବ୍ୟବସ୍ଥା ରହିଛି । ସଂସଦ ଓ ବିଧାନସଭାରେ ସ୍ୱାଧୀନ ଓ ଭୟଶୂନ୍ୟ ହୋଇ ଭୋଟ୍ ଦେବା କିମ୍ବା କୌଣସି ପ୍ରସଙ୍ଗରେ ମତ ରଖିବା ପାଇଁ ଏଥିରେ ବ୍ୟବସ୍ଥା ରହିଛି । ଏହି ଆଧାରରେ ସାଂସଦ ଓ ବିଧାୟକଙ୍କୁ ବିଶେଷ ସୁରକ୍ଷା ଦିଆଯାଇଥିଲା । ସୁପ୍ରିମକୋର୍ଟଙ୍କ ୭ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କହିଛନ୍ତି ଯେ, ନିର୍ବାଚିତ ଜନପ୍ରତିନିଧି ଲାଂଚ ନେବା ଘଟଣା ସାଧାରଣ ଜୀବନକୁ ମଧ୍ୟ ପ୍ରଭାବିତ କରିପାରେ । ଯେକୌଣସି କାମ ପାଇଁ ଲାଂଚ ନେବା ଅପରାଧିକ କାର୍ଯ୍ୟ । ତେଣୁ ଏଥିରୁ କାହାରିକୁ ଆଶ୍ୱସ୍ତି ଦେବା ସମ୍ବିଧାନ ବିରୋଧୀ ।