୧୧୦ ତମ ‘ମନ କି ବାତ୍‌’ କାର୍ଯ୍ୟକ୍ରମରେ ଓଡ଼ିଆ ଦମ୍ପତିଙ୍କୁ ପ୍ରଶଂସା କରିଛନ୍ତି ମୋଦି

‘ମନ୍ କି ବାତ୍‌’ରେ ଓଡ଼ିଆ ଦମ୍ପତିଙ୍କ ପ୍ରଶଂସା

‘ମନ୍ କି ବାତ୍‌’ରେ ଓଡ଼ିଆ ଦମ୍ପତିଙ୍କ ପ୍ରଶଂସା। ଆଜି ୧୧୦ ତମ ମନ କି ବାତ୍‌ କାର୍ଯ୍ୟକ୍ରମରେ ଓଡ଼ିଆ ଦମ୍ପତିଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କଳାହାଣ୍ଡିର ଜୟନ୍ତୀ ମହାପାତ୍ର ଓ ତାଙ୍କ ସ୍ୱାମୀ ବୀରେନ ସାହୁଙ୍କୁ ପ୍ରଶଂସା କରିଛନ୍ତି। ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଛେଳି ପାଳନ କରି କିଭଳି କରି ସଫଳ ହୋଇପାରିଛନ୍ତି। ଉଭୟେ ବେଙ୍ଗାଲୁରୁରେ ମ୍ୟାନେଜମେଣ୍ଟ ପ୍ରଫେସନାଲ ଥିଲେ। ସେମାନେ କଳାହାଣ୍ଡି ସାଲେଭଟା ଗାଁରେ ଛେଳି ପାଳନ କରି ଉଦାହରଣ ସୃଷ୍ଟି କରିଛନ୍ତି। ନିଜେ ସଶକ୍ତ ହେବା ସହ ସାଥୀ ଗ୍ରାମବାସୀଙ୍କୁ ସଶକ୍ତ କରିଛନ୍ତି ବୋଲି ତାଙ୍କ ବକ୍ତବ୍ୟରେ କହିଛନ୍ତି ମୋଦି। ମାଣିକସ୍ତୁ ଗୋଟ୍ ବ୍ୟାଙ୍କ କରି ସେମାନେ ଗ୍ରାମବାସୀଙ୍କୁ ଛେଳିପାଳନ ପାଇଁ ଉତ୍ସାହିତ କରିଛନ୍ତି। ଏବେ ୫୦ଟି ଗାଁର ପ୍ରାୟ ୧ ହଜାର ଲୋକେ ସେମାନଙ୍କ ଦ୍ୱାରା ଆତ୍ମନିର୍ଭରଶୀଳ ହୋଇପାରିଥିବା ମୋଦି ମନ୍ କି ବାତ୍‌ରେ କହିଛନ୍ତି। ସେହିପରି ସେ ଆଜିର ମନ୍‌ କୀ ବାତ୍‌ରେ ଆଉ ଏକ ବଡ଼ ଘୋଷଣା କରିଛନ୍ତି। ଲୋକସଭା ନିର୍ବାଚନ ପାଇଁ ଆସନ୍ତା ୩ ମାସ ମନ୍‌ କି ବାତ୍‌ ବନ୍ଦ ରହିବ ବୋଲି ସେ କହିଛନ୍ତି। ୧୧୦ତମ ମନ୍‌ କି ବାତ୍‌ରେ ଏହି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ କହିଛନ୍ତି, ମାର୍ଚ୍ଚରୁ ନିର୍ବାଚନ ଆଚରଣବିଧି ଲାଗୁ ହେବ, ତେଣୁ ବନ୍ଦ ରହିବ। ୧୧୧ତମ ଏପିସୋଡ୍‌ ୩ ମାସ ପରେ ଶୁଭାରମ୍ଭ ହୋଇପାରେ।