ଏକ୍ସରେ ସର୍ବାଧିକ ଅନୁଗାମୀ ଥିବା ନେତା ହେଲେ ମୋଦୀ

ଏକ୍ସରେ ୧୦ କୋଟି ଟପିଲା ମୋଦୀଙ୍କ ଫଲୋଅର୍ସ

ସୋସିଆଲ ମିଡିଆ ଏକ୍ସରେ ସର୍ବାଧିକ ଅନୁଗାମୀ ଥିବା ନେତା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତାଙ୍କ ଅନୁଗାମୀଙ୍କ ସଂଖ୍ୟା ୧୦ କୋଟିରୁ ଅଧିକ ହୋଇଛି। ଗତ ତିନି ବର୍ଷ ଭିତରେ ତାଙ୍କ ଅନୁଗାମୀ ୩ କୋଟି ବଢିଛନ୍ତି। କେବଳ ଏକ୍ସ ନୁହେଁ ୟୁଟ୍ୟୁବରେ ଅଢେଇ କୋଟି ଓ ଇନଷ୍ଟାଗ୍ରାମରେ ୯ କୋଟି ୧୦ ଲକ୍ଷ ଫଲୋଅର୍ସ ରହିଛନ୍ତି। ୨୦୦୯ରେ ମୋଦୀ ଏକ୍ସରେ ଯୋଡି ହୋଇଥିଲେ। ସେବେଠାରୁ ସେ ଏହି ଆକାଉଣ୍ଟକୁ ବହୁଳ ମାତ୍ରାରେ ବ୍ୟବହାର ମଧ୍ୟ କରୁଛନ୍ତି। ସରକାରୀ ସେବା ବିଷୟରେ ସୂଚନାଠାରୁ ଆରମ୍ଭ କରି ଜାତୀୟ ଅନ୍ତର୍ଜାତୀୟ ପ୍ରସଙ୍ଗରେ ସେ ତାଙ୍କ ମତ ଦେଇଥାନ୍ତି।

Leave a Reply

Your email address will not be published. Required fields are marked *