‘ପେପର ଲିକ୍ର ହେବ ନିରପେକ୍ଷ ଯାଞ୍ଚ’
ସଂସଦର ମିଳିତ ଅଧିବେଶନରେ ଆଜି ଅଭିଭାଷଣ ରଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ନବନିର୍ବାଚିତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇବା ସହ ଜନସେବାର ସୌଭାଗ୍ୟ କମ୍ ଲୋକଙ୍କୁ ମିଳିଥାଏ ବୋଲି କହିଛନ୍ତି ରାଷ୍ଟ୍ରପତି । ସଂସଦର ମିଳିତ ଅଧିବେଶନରେ ସମ୍ବୋଧନ ବେଳେ ପେପ୍ର ଲିକ୍ ପ୍ରସଙ୍ଗରେ ଚିନ୍ତା ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି। ନିଟ୍-ୟୁଜି ପରୀକ୍ଷା ପେପର ଲିକ୍ର ନିରପେକ୍ଷ ଯାଞ୍ଚ ହେବ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିରପେକ୍ଷ ଯାଞ୍ଚ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ । ବିଭିନ୍ନ ରାଜ୍ୟରେ ବି ପେପର ଲିକ୍ ଖବର ସାମ୍ନାକୁ ଆସିଛି। ଦଳୀୟ ରାଜନୀତିରୁ ଊର୍ଦ୍ଧ୍ବରେ ରହି ପଦକ୍ଷେପ ନେବା ଉଚିତ୍ । ପରୀକ୍ଷାରେ ପାରଦର୍ଶିତା, ନିରପେକ୍ଷତା ନିହାତି ଜରୁରୀ। ଏଥିସହ ପରୀକ୍ଷା ପରିଚାଳନାରେ ଜଡ଼ିତ ସଂସ୍ଥାରେ ସଂସ୍କାର ପାଇଁ ଉଦ୍ୟମ ହେଉଛି । ପେପର ଲିକ୍ ରୋକିବାକୁ ଆମ ସରକାର କଡ଼ା ଆଇନ ଆଣିଛନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି
