ଟି-ଟ୍ୱେଣ୍ଟି ବିଶ୍ୱକପ ପରେ ଟିମ୍ ଇଣ୍ତିଆରେ ବଡ଼ ପରିବର୍ତ୍ତନ

ମର୍ଣ୍ଣି ମୋର୍କେଲ ଟିମ୍ ଇଣ୍ତିଆର ବୋଲିଂ କୋଚ

ଟି-ଟ୍ୱେଣ୍ଟି ବିଶ୍ୱକପ ପରେ ଟିମ୍ ଇଣ୍ତିଆରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ବଦଳିଲେ ହେଡ କୋଚ୍ ଓ ସପୋର୍ଟିଂ ଷ୍ଟାଫ୍ । ଗୌତମ ଗମ୍ବୀର ମୁଖ୍ୟ କୋଚ ଦାୟିତ୍ୱ ନେଇଥିବା ବେଳେ ଅଭିଷେକ ନାୟର ଓ ରାନ୍ ଟେନ୍ ଡୋସକାଟେ ଆସିଷ୍ଟାଣ୍ଟ କୋଚ୍ ଭାବେ ଦାୟିତ୍ୱ ନେଇଛନ୍ତି । ତେବେ ଆଜି ସାଉଥ ଆଫ୍ରିକାର ପୂର୍ବତନ ଷ୍ଟାର ବୋଲର ମର୍ଣ୍ଣି ମୋର୍କେଲ ଟିମ୍ ଇଣ୍ତିଆର ବୋଲିଂ କୋଚ ଭାବେ ଦାୟିତ୍ୱ ନେଇଛନ୍ତି । ଗମ୍ଭୀର ହେଡ କୋଚ୍ ଭାବେ ଚୟନ ହେବା ପରେ ସେ ତାଙ୍କ ସପୋର୍ଟ ଷ୍ଟାଫ ପାଇଁ କିଛି ଜଣଙ୍କ ନାମ ବିସିସିଆଇକୁ ଜଣାଇଥିଲେ । ସେହି ଲିଷ୍ଟରେ ରହିଥିଲେ ସାଉଥ ଆଫ୍ରିକାର ଷ୍ଟାର ବୋଲର ମଣ୍ଣି ମୋର୍କେଲ । ପୂର୍ବରୁ ଗମ୍ଭୀର ଓ ମୋର୍କେଲ ଏକାଠି ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ପାଇଁ ଖେଳିସାରିଛନ୍ତି । ଏହାଛଡ଼ା ଲକ୍ଷ୍ନୌ ସୁପଜାଏଣ୍ଟସରେ ଉଭୟ କୋଚିଂ ମଧ୍ୟ ଦେଇଛନ୍ତି । ମୋର୍କେଲ ଏହା ପୂର୍ବରୁ ପାକିସ୍ତାନର ବୋଲିଂ କୋଚ ଭାବେ ଦାୟିତ୍ୱ ନେଇଥିଲେ ।

Leave a Reply

Your email address will not be published. Required fields are marked *